ମୁମ୍ବାଇ: ହଜାର ହଜାର ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତୀୟ ରେଳବାଇ ଶୁକ୍ରବାର ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି। ଭାରତୀୟ ରେଳବାଇ ଶୁକ୍ରବାର ନିର୍ଦ୍ଦିଷ୍ଟ କେତୋଟି ରେଳ ଷ୍ଟେସନ୍ ପାଇଁ ଇ-କ୍ୟାଟରିଂ ସେବା ଘୋଷଣା କରିଛି।
ରେଳ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି କି କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସେମାନଙ୍କ ଅଧୀନରେ ଥିବା ଅନ୍ୟାନ୍ୟ ସଂସ୍ଥା ଦ୍ବାରା ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଜାରି କରାଯାଇଥିବା ସମସ୍ତ ନିର୍ଦ୍ଦେଶାବଳୀ ସେବା ପ୍ରଦାନ ସମୟରେ ପାଳନ କରାଯିବ।
ମନ୍ତ୍ରାଳୟ ପକ୍ଷରୁ ଆହୁରି ବି କୁହାଯାଇଛି ଯେ ଦେଶର ନିର୍ଦ୍ଦିଷ୍ଟ କେତୋଟି ଷ୍ଟେସନ୍ରେ ଖାଦ୍ୟ ଡେଲିଭରି କରାଯିବ। ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଦ୍ବାରା ଜାରି କରାଯାଇଥିବା ଅପରେଟିଂ ନିର୍ଦ୍ଦେଶ ଅନୁଯାୟୀ ସେବା ପ୍ରଦାନକାରୀ ଗ୍ରାହକଙ୍କୁ ସେବା ଯୋଗାଇ ଦେବେ।
Indian Railways has allowed the e-catering services to resume at selected Railway stations.https://t.co/Z6USmazSI4pic.twitter.com/fWvkemu5J0
— Ministry of Railways (@RailMinIndia) January 16, 2021
ରେଲ୍ରେଷ୍ଟ୍ରୋର ସିଇଓ ମନୀଷ ଚନ୍ଦ୍ର ରେଳ ମନ୍ତ୍ରାଳୟ ଓ ଆଇଆର୍ସିଟିସିକୁ ଏ ନେଇ ଏକ ପତ୍ର ଲେଖିବା ପରେ ଏପରି ଘୋଷଣା କରାଯାଇଛି। ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ରେଲ୍ରେଷ୍ଟ୍ରୋ ହେଉଛି ଆଇଆର୍ସିଟିସିର ସ୍ବୀକୃତିପ୍ରାପ୍ତ ଇ-କ୍ୟାଟରିଂ ଶାଖା।
ଏହି ଶାଖାକୁ ଟ୍ରେନ୍ ମଧ୍ୟରେ ଖାଦ୍ୟ ଡେଲିଭରି ପାଇଁ ରେଳ ମନ୍ତ୍ରାଳୟ ପକ୍ଷରୁ ସବୁଜ ସଂକେତ ମିଳିବା ପରେ ଏହି ସେବା ଜାନୁଆରି ମାସର ଶେଷ ସପ୍ତାହରୁ କାର୍ଯ୍ୟକାରୀ ହେବ ବୋଲି ସୂଚନା ରହିଛି। ସମସ୍ତ ରେଷ୍ଟୁରାଣ୍ଟ୍ର ସହଭାଗୀଙ୍କୁ ପରିଚ୍ଛନତା ବଜାୟ ରଖି ଖାଦ୍ୟ ବିତରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।