ଭାରତ-ଚୀନ ହାତ ମିଳାଇବେ

ପେଇଜିଙ୍ଗ: ଭାରତ ଓ ଚୀନ୍ ମଧ୍ୟରେ ଅନେକ ପ୍ରସଙ୍ଗକୁ ନେଇ ମତଭେଦ ରହିଛି। ସୀମା ବିବାଦ ଯୋଗୁ ଦୁଇ ଦେଶ ମଧ୍ୟରେ ଅନେକ ସମୟରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ‌ଏହି ଦୁଇ ପଡ଼ୋଶୀ ଗୋଟିଏ ପ୍ରସଙ୍ଗରେ ପରସ୍ପର ସହ ହାତ ମିଳାଇ ଆଗକୁ ବଢ଼ିବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ସେହି କ୍ଷେତ୍ରଟି ହେଉଛି ଇଲେକ୍ଟ୍ରିକ୍ ଯାନ। ପେଇଜିଙ୍ଗ୍‌ରେ ଆୟୋଜନ କରାଯାଇଥିବା ଏକ ତିନିଦିନିଆ ସମ୍ମିଳନୀରେ ଏନେଇ ଦୁଇ ଦେଶ ଭିତରେ ଆଲୋଚନା ହୋଇଛି। ଏଥିରେ ଭାରତର ଟାଟା, ମାରୁତି ସୁଜୁକି, ଟିଭିଏସ୍‌ ଓ ଭାରତୀୟ ଅଟୋମୋବାଇଲ୍‌ ସଂଘ ଅଂଶଗ୍ରହଣ କରିଥିଲେ। ବିଶ୍ବର ଅନେକ ବିଦ୍ୟୁତ ଯାନ ନିର୍ମାଣକାରୀ ସଂସ୍ଥା ମଧ୍ୟ ସେଥିରେ ସାମିଲ ହୋଇଥିଲେ। ଏହି ସମ୍ମିଳନୀ ଅବସରରେ ଭାରତ ଓ ଚୀନ୍ ମଧ୍ୟରେ ଇଲେକ୍ଟ୍ରିକ୍ ଯାନକୁ ନେଇ ସହଯୋଗିତା ବଢ଼ାଇବା ନେଇ ଆଲୋଚନା ହୋଇଥିଲେ। ଏବିଷୟରେ ଆହୁରି ଅଧିକ ଆଲୋଚନା କରିବାକୁ ଉଭୟ ପକ୍ଷ ରାଜି ହୋଇଛନ୍ତି। ଆସନ୍ତା ଛଅ ମାସ ମଧ୍ୟରେ ଏନେଇ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଏକ ବୈଠକ ବସିବ। ସେଠାରେ ବିଦ୍ୟୁତ ଯାନକୁ ନେଇ ଦୁଇ ଦେଶ ମଧ୍ୟରେ ‌ସହଯୋଗିତାର ଯେଉଁ ସବୁ ସମ୍ଭାବନା ରହିଛି ସେ ଉପରେ ଆଲୋଚନା ହେବ।

ସମ୍ବନ୍ଧିତ ଖବର