ନୂଆଦିଲ୍ଲୀ: ସୁନ୍ଦର ପିଚ୍ଚାଇଙ୍କ ମାର୍ଗଦର୍ଶନରେ ପରିଚାଳିତ ହେଉଥିବା ବିଶ୍ବର ସର୍ବବୃହତ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ଚଳିତ ବର୍ଷର ପରବର୍ତୀ ମାସଗୁଡ଼ିକରେ ନିଯୁକ୍ତି ସଂଖ୍ୟା କମ୍ କରିବ। ସୁନ୍ଦର ଏସଂକ୍ରାନ୍ତରେ କଂପାନିର କର୍ମଚାରୀମାନଙ୍କୁ ଲିଖିତ ଭାବେ ଜଣାଇଛନ୍ତି। ଖର୍ଚ୍ଚ କାଟ କରିବା ଲାଗି କ'ଣ ସବୁ ପଦକ୍ଷେପ ନିଆଯିବ ସେ ବିଷୟରେ ସୂଚନା ଦେଇ ସୁନ୍ଦର କହିଛନ୍ତି ଯେ, ଡାଟା ସେଂଟର, ମେସିନ ଓ ଅଣ ବ୍ୟବସାୟ ଆବଶ୍ୟକ ବିପଣନ ଏବଂ ଯାତ୍ରାରେ ଆମର ଗୁରୁତ୍ବ ଏବଂ ନିବେଶର ପୁନର୍ବିଚାର କରାଯିବ। କଂପାନି ଏହା ସ୍ପଷ୍ଟ କରିଛି ଯେ ନିଯୁକ୍ତି ପ୍ରକ୍ରିୟା ସମ୍ପୂର୍ଣ୍ଣ ବନ୍ଦ ହେବନାହିଁ। କିନ୍ତୁ ସ୍ବାଭାବିକ ଭାବେ ଯେଉଁ ସଂଖ୍ୟକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉଥିଲା ସେହି ସଂଖ୍ୟା ଅପେକ୍ଷାକୃତ ଭାବେ ହ୍ରାସ ପାଇବ।
ଗୁଗୁଲ୍ ନିଯୁକ୍ତି କମାଇବ: ସିଇଓ
/sambad/media/post_attachments/wp-content/uploads/2019/09/Sundar-Pichai-Google-holdings.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)