ସାନ୍ ଫ୍ରାନ୍ସିସ୍କୋ : ଗୁଗୁଲ୍ରୁ ଦୁଇ ପ୍ରତିଷ୍ଠାତା ଲାରି ପେଜ୍ ଓ ସର୍ଗି ବ୍ରିନ୍ ଇସ୍ତଫା ଦେଇଛନ୍ତି। ଗୁଗୁଲ୍ର ସବୁ କାରବାରକୁ ସଠିକ୍ ରୂପେ ପରିଚାଳନା କରିବା ଲାଗି କିଛି ବର୍ଷ ପୂର୍ବେ ଆଲ୍ଫାବେଟ୍ ନାମକ ଏକ କଂପାନି ଗଠନ କରାଯାଇଥିଲା। ତାହା ଅଧୀନରେ ଗୁଗୁଲ୍ ସମେତ ଅନ୍ୟ କଂପାନିଗୁଡ଼ିକ ପରିଚାଳିତ ହେଉଥିଲେ। ଲାରି ଓ ସର୍ଗି ଆଲ୍ଫାବେଟ୍ର କାର୍ଯ୍ୟନିର୍ବାହୀ ଅଧିକାରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ତାମିଲନାଡ଼ୁର ମଦୁରାଇରେ ଜନ୍ମିତ ସୁନ୍ଦର ପିଚ୍ଚାଇଙ୍କୁ ନିଯୁକ୍ତ କରାଯାଇଛି। ଏବେ ସୁନ୍ଦର ଉଭୟ ଆଲ୍ଫାବେଟ୍ ଓ ଗୁଗୁଲ୍ର ସିଇଓ ଭାବେ କାର୍ଯ୍ୟ କରିବେ। ସାଧାରଣ ଅର୍ଥରେ କହିଲେ ଗୁଗୁଲ୍ର ସବୁ କାରବାର ଏବେ ସୁନ୍ଦରଙ୍କ ଅଧୀନରେ ପରିଚାଳିତ ହେବ। ଦୀର୍ଘ ଦୁଇ ଦଶନ୍ଧୀ ପୂର୍ବେ ଲାରି ଓ ସର୍ଗି ଗୁଗୁଲ୍କୁ ପ୍ରତିଷ୍ଠା କରିଥିଲେ। ୨୦୧୫ରେ ସେମାନେ ଗୁଗୁଲ୍ର ଦୈନନ୍ଦିନ କାର୍ଯ୍ୟର ଦେଖାଶୁଣା କରିବା କମ୍ କରିଦେଇଥିଲେ। ସେହିବର୍ଷ ଆଲ୍ଫାବେଟ୍ ନାମକ ସଂସ୍ଥା ଗଠନ କରିଥିଲେ। ୨୦୧୫ ନଭେମ୍ବର ମାସରେ ସେମାନେ ସୁନ୍ଦରଙ୍କୁ ଗୁଗୁଲ୍ର ସିଇଓ ଭାବେ ନିଯୁକ୍ତି ଦେଇଥିଲେ। ଏହା ପୂର୍ବରୁ ସେ କଂପାନିର ପ୍ରଡକ୍ଟ ଆଣ୍ଡ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଭାବେ କାର୍ଯ୍ୟ କରୁଥିଲେ। ଗୁଗୁଲ୍ କ୍ରୋମ୍କୁ ବିକଶିତ କରିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ସେଥିପାଇଁ ତାଙ୍କୁ ସିଇଓ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ପ୍ରଦାନ କରାଯାଇଥିଲା।
ଗୁଗୁଲ୍ରେ ସୁନ୍ଦର ପିଚ୍ଚାଇଙ୍କୁ ବଡ଼ ଦାୟିତ୍ବ
/sambad/media/post_attachments/wp-content/uploads/2019/12/google-ceo.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)