ଗୁଗଲର ଏହି ଉପାୟକୁ ଆପଣାଇ ନିଜ ସ୍ମାର୍ଟଫୋନ୍‌ ସହିତ ଖେଳନ୍ତୁ ହୋଲି

ନୂଆଦିଲ୍ଲୀ: ରଙ୍ଗର ପର୍ବ ହୋଲିକୁ ନେଇ ଚାରିଆଡ଼େ ଉତ୍ସାହ ଦେଖିବାକୁ ମିଳିଛି। ଏହି ପର୍ବକୁ ଖୁସିରେ ପାଳନ କରିବା ପାଇଁ ଗୁଗଲ ଏକ ସ୍ୱତନ୍ତ୍ର ଉପାୟ ଆଣିଛି। ଏହି ଉପାୟକୁ ଆପଣାଇ ଯେକୌଣସି ବ୍ୟକ୍ତି ନିଜ ସ୍ମାର୍ଟଫୋନ୍‌ ଓ ଲାପ୍‌ଟପ୍‌ ସହିତ ହୋଲି ଖେଳି ପାରିବେ।

ଆପଣ ଯେତେବେଳେ ଗୁଗଲରେ ହୋଲି ସର୍ଚ୍ଚ କରିବେ, ସେତେବେଳେ ପେଜର ବାମ ପାର୍ଶ୍ୱରେ ରଙ୍ଗରେ ଭର୍ତ୍ତି ଟୋକେଇ ନଜର ଆସିବ। ଏହି ଟୋକେଇ ଉପରେ କ୍ଲିକ୍‌ କଲେ ଡିଭାଇସ୍‌ (ଲାପଟପ୍‌ କିମ୍ବା ସ୍ମାର୍ଟଫୋନ୍‌) ସ୍କ୍ରିନ୍‌ରେ ରଙ୍ଗ ଖେଳାଇ ହୋଇ ପଡ଼ିବ। ଏପରି ବାରମ୍ବାର ଟୋକେଇ ଉପରେ କ୍ଲିକ୍‌ କରିବା ଦ୍ୱାରା ଦେଖିବେ ପୂରା ସର୍ଚ୍ଚ ପେଜ ଅଲଗାଅଲଗା ରଙ୍ଗରେ ରଙ୍ଗୀନ ହୋଇଯିବ।

Image result for google-created-unique-trick-to-play-holi
Navbharat Times

ଗୁଗଲର ଏହି ସ୍ୱତନ୍ତ୍ର ଉପାୟ ମୋବାଇଲ୍‌ ଓ େଓ୍ଵବ୍‌ ଗୁଗଲ ପେଜ ପାଇଁ ଉପଲବ୍ଧ ରହିଛି। ଏହାକୁ ଆଣ୍ଡ୍ରୋଏଡ ଓ ଆଇଓଏସ୍‌ ଦୁଇଟିର ବ୍ୟବହାରକାରୀ ଆକସେସ୍‌ କରି ପାରିବେ। ଏହା ଅନ୍ୟ ଡିସ୍‌ପ୍ଲେ ପାର୍ଟସ୍‌ ପାଇଁ ଉପଲବ୍ଧ ନାହିଁ।

ସ୍ମାର୍ଟଫୋନ୍‌ କିମ୍ବା ଲାପଟପ୍‌ ସ୍କ୍ରିନ୍‌ ସହିତ ହୋଲି ଖେଳିବାର ଏହି ସ୍ୱତନ୍ତ୍ର ଉପାୟକୁ ଗୁଗଲ ଇଣ୍ଡିଆ ଟୁଇଟ କରି ସେୟାର କରିଛି। ଏହି ଟୁଇଟରେ ଗୁଗଲ ସ୍ମାର୍ଟଫୋନ୍‌/ ଡେସ୍କଟପ୍‌ର ସ୍କ୍ରିନ ସହିତ ହୋଲି ଖେଳିବାର ଉପାୟ ବତାଇଛି।

 

୧. ଗୁଗଲ ସର୍ଚ୍ଚକୁ ଯାଆନ୍ତୁ।
୨. ଏହାପରେ ହିନ୍ଦୀ ବା ଇଂରାଜୀରେ ହୋଲି ଟାଇପ୍‌ କରି ସର୍ଚ୍ଚ କରନ୍ତୁ।
୩. ସର୍ଚ୍ଚ ପେଜର ଡାହାଣପାର୍ଶ୍ୱରେ ଦେଖିବାକୁ ମିଳୁଥିବା ରଙ୍ଗରେ ଭର୍ତ୍ତି ଟୋକେଇ ଉପରେ କ୍ଲିକ୍‌ କରନ୍ତୁ।
୪. ସ୍କ୍ରିନ୍‌ ଉପରେ ବାରମ୍ବାର ଏଭଳି କ୍ଲିକ୍‌ କରୁ ଥାଆନ୍ତୁ। ଦେଖିବେ ଆପଣଙ୍କ ସ୍କ୍ରିନ ବିଭିନ୍ନ ରଙ୍ଗରେ ରଙ୍ଗୀନ୍‌ ହୋଇଯିବ।
୬. ଏହାପରେ ଯଦି ଆପଣ ରଙ୍ଗୀନ ସ୍କ୍ରିନ୍‌କୁ ସଫା କରିବାକୁ ଚାହାନ୍ତି, ତେବେ କେବଳ ଓ୍ଵାଟର ଡ୍ରାପ୍‌ ଉପରେ କ୍ଲିକ୍‌ କରି ନିଅନ୍ତୁ। ଏହି ଆଇକନ୍‌ ସ୍କ୍ରିନ୍‌ର ଶୀର୍ଷରେ ଆପଣଙ୍କୁ ମିଳିବ। ଏହାଉପରେ କ୍ଲିକ୍‌ କରି ସ୍କ୍ରିନ୍‌କୁ ସଫା କରି ପାରିବେ।

ସମ୍ବନ୍ଧିତ ଖବର