ନୂଆଦିଲ୍ଳୀ: ବ୍ୟବହାରକାରୀଙ୍କୁ ସୁରକ୍ଷା ଦେବା ପାଇଁ ଗୁଗୁଲ ନୂଆ ନୂଆ ପଦକ୍ଷେପ ନେଉଛି। ସମ୍ପ୍ରତି ଗୁଗୁଲ୍ ୧୮ ଟି ସ୍ପାଏ ଲୋନ୍‌ ଆପକୁ ଡିଲିଟ୍ କରିଦେଇଛି। ଲକ୍ଷ ଲକ୍ଷ ଲୋକ ପ୍ଲେ ଷ୍ଟୋରରୁ ଏହି ଆପଗୁଡ଼ିକୁ ଡାଉନଲୋଡ୍ କରିଥିଲେ। ସଫ୍ଟୱେର୍ କମ୍ପାନୀ ଇଏସ୍‌ଇଟି ଏହା ବିଷୟରେ ଏକ ନୂତନ ରିପୋର୍ଟ ପ୍ରକାଶ କରିଛି। ଜାଣିବାକୁ ମିଳିଛି ଯେ ଏହି ୧୮ଟି ଆପ୍‌ ‘ସ୍ପାଏ ଲୋନ୍‌’ ଭାବେ କାମ କରୁଥିଲେ।

Advertisment

ଏହି ଆପଗୁଡ଼ିକ କୌଣସି ସୂଚନା ନ ଦେଇ ବ୍ୟବହାରକାରୀଙ୍କ ତଥ୍ୟ ଚୋରି କରୁଥିଲେ। ଏପରି ପରିସ୍ଥିତିରେ, ଯଦି ଆପଣଙ୍କର ମୋବାଇଲରେ ଏହି ଆପ୍ସ ଅଛି ତେବେ ଆପଣ ଆଜି ନିଜେ ସେଗୁଡ଼ିକୁ ଡିଲିଟ୍ କରିବା ଉଚିତ୍। ପରେ ଏହି ଆପ୍‌ ପାଇଁ ଆପଣ ଯେପରି ଅସୁବିଧାରେ ନପଡ଼ନ୍ତି।

ସୂଚନାରୁ ପ୍ରକାଶ ଯେ ଏହି ଆପ୍‌ଗୁଡ଼ିକ ଋଣ ନେଉଥିବା ଊପଭୋକ୍ତାମାନଙ୍କୁ ବ୍ଲାକମେଲ୍ କରିବା ପାଇଁ ବ୍ୟବହୃତ ହେଉଥିଲା।  ତଥ୍ୟ ଆଧାରରେ, ସେମାନେ ଉପଭୋକ୍ତାଙ୍କୁ ଋଣ ପରିଶୋଧ କରିବାକୁ ବାଧ୍ୟ କରୁଥିଲେ ଏବଂ ଅଧିକ ସୁଧ ମଧ୍ୟ ଦାବି କରୁଥିଲେ।
ଇଏସ୍‌ଇଟିର ଅନୁସନ୍ଧାନକାରୀମାନେ ଏହି ଆପଗୁଡ଼ିକୁ ଏବେ ଚିହ୍ନଟ କରିଛନ୍ତି, ଯାହା ବ୍ୟବହାରକାରୀଙ୍କୁ ଠକିବାରେ ବ୍ୟବହୃତ ହୋଇଥିଲା। ଏହି ଆପଗୁଡ଼ିକ ବିଶେଷ କରି ଆଫ୍ରିକା, ଲାଟିନ୍ ଆମେରିକା ଏବଂ ଦକ୍ଷିଣ ପୂର୍ବ ଏସିଆର ଉପଭୋକ୍ତାମାନଙ୍କୁ ଟାର୍ଗେଟ୍ କରିଥିଲେ। ଯେତେବେଳେ ଗୁଗୁଲ୍ ଏହି ବିଷୟରେ ସୂଚନା ପାଇଲା, ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ଏବଂ ଏହି ୧୮ ଟି ଆପ୍‌କୁ ଅପସାରଣ କରିଦେଇଛି। ବର୍ତ୍ତମାନ ପରିସ୍ଥିତିରେ, ଏହି ଆପ୍ ଡାଉନଲୋଡ୍ କରିଥିବା ଉପଭୋକ୍ତାମାନେ ମଧ୍ୟ ଏହାକୁ ତୁରନ୍ତ ଡିଲିଟ୍ କରିବା ଉଚିତ୍।

ସେହି ଆପ୍‌ଗୁଡ଼ିକ ହେଉଛି ଏଏ କ୍ରେଡିଟ୍, ଆମୋର କ୍ୟାସ୍‌, ଗୁଆବା କ୍ୟାସ୍, ଇଜି କ୍ରେଡିଟ୍, କ୍ୟାସୱୋ, କ୍ରେଡିବସ୍, ଫ୍ଲାସ୍ ଲୋନ୍, ପ୍ରେଷ୍ଟାମୋସ୍ କ୍ରେଡିଟୋ, ପ୍ରେଷ୍ଟାମୋସ୍ ଡି କ୍ରେଡିଟୋ-ୟୁମି କ୍ୟାସ, ଗୋ କ୍ରେଡିଟୋ, ଇନଷ୍ଟାଣ୍ଟାନୋ ପ୍ରେଷ୍ଟାମୋ, କାର୍ଟେରା ଗ୍ରାଣ୍ଡେ, ଫିନାପ୍ ଲେଣ୍ଡିଂ, ୪ଏସ୍‌ କ୍ୟାଶ୍, ଟ୍ରୁ ନାଇରା ଓ ଇଜି କ୍ୟାସ୍‌।