ନୂଆଦିଲ୍ଲୀ : ବଜାର ପ୍ରତିଦ୍ବନ୍ଦ୍ବିତା ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗରେ ବିଶ୍ବର ସର୍ବବୃହତ ଇଣ୍ଟରନେଟ୍ କଂପାନି ଗୁଗୁଲ୍ ଉପରେ ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ) ଯେଉଁ ୧୩୩୭ କୋଟି ଟଙ୍କାର ଜରିମାନା ଲଗାଇଛନ୍ତି ତାହା କଂପାନିକୁ ଗଣିବାକୁ ପଡ଼ିବ। ଏହି ଜରିମାନାକୁ ବିରୋଧ କରି କଂପାନି ନ୍ୟାସନାଲ୍ କଂପାନି ଲ’ ଆପିଲିଟ୍ ଟ୍ରିବ୍ୟୁନାଲ୍ (ଏନ୍ସିଏଲ୍ଏଟି)ରେ ଆବେଦନ କରିଥିଲା। କଂପାନିର ଆବେଦନକୁ ଟ୍ରିବ୍ୟୁନାଲ୍ ଖାରଜ କରିବା ସହ ୩୦ ଦିନ ଭିତରେ ଜରିମାନା ରାଶି ଦାଖଲ କରିବାକୁ ନିର୍ଦେଶ ଦେଇଛନ୍ତି।
ଗୁଗୁଲ୍କୁ ମିଳିଲାନି ଆଶ୍ବସ୍ତି, ଗଣିବ ୧୩୩୭ କୋଟି ଜରିମାନା
/sambad/media/post_attachments/wp-content/uploads/2023/03/google.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)