ଭାରତରେ ଲଞ୍ଚ ହେଲା ଗୁଗଲ ସପିଂ, ଏଣିକି ଓଏବ୍‌ସାଇଟ୍‌ ଜରିଆରେ ମାଗଣାରେ ବିକ୍ରି କରି ହେବ ସାମଗ୍ରୀ

ନୂଆଦିଲ୍ଲୀ : ଏବେ ଖୁବ୍‌ ଶୀଘ୍ର ଆପଣ ନିଜର ଜିନିଷ କିଣାବିକା କରି ପାରିବେ । ଭାରତୀୟ ଗ୍ରାହକମାନଙ୍କ ପାଇଁ ଗୁଗଲ ଡିସେମ୍ବର ୧୩ରେ ଗୁଗଲ ସପିଂ ସୁବିଧା ଲଞ୍ଚ କରିଥିବା ଜଣାପଡ଼ିଛି । ଏହା ମାଧ୍ୟମରେ ଗ୍ରାହକମାନେ ସହଜରେ ବିଭିନ୍ନ ଅଫର ବିଷୟରେ ଜାଣି ପାରିବେ, ବିଭିନ୍ନ ବିକ୍ରେତାମାନେ ରଖିଥିବା ଜିନିଷର ଦାମ୍‌କୁ ତୁଳନା କରି ପାରିବେ ଏବଂ ନିଜ ପସନ୍ଦର ଜିନିଷ ମଧ୍ୟ ବିକ୍ରି କରି ପାରିବେ । ଏହା ମାଧ୍ୟମରେ ଚାହିଦାରେ ରହିଥିବା ଜିନିଷ ଗ୍ରାହକମାନେ ଦେଖି ପାରିବା ସହ ଭିନ୍ନ ଭିନ୍ନ ପ୍ରକାରର ଜିନିଷ ବିକଳ୍ପ ବି ପାଇ ପାରିବେ ।

Small Business Trends

ଗୁଗଲ ଗ୍ରାହକମାନଙ୍କ ପାଇଁ ସପିଂ ହୋମ୍‌ ପେଜ୍‌, ସପିଂ ଟ୍ୟାବ୍‌ ଏବଂ ଗୁଗଲ ଲେନ୍ସକୁ ଲଞ୍ଚ କରିଛି । ବିକ୍ରେତାମାନଙ୍କ ପାଇଁ କମ୍ପାନି ହିନ୍ଦିରେ ମର୍ଚାଣ୍ଟ ସେଣ୍ଟର ଲଞ୍ଚ କରିବ । ଯାହା ଦ୍ୱାରା ବିକ୍ରେତାମାନେ ନିଜ ନିଜର ସାମଗ୍ରୀ ଲଞ୍ଚ କରି ପାରିବେ । ଖାସ୍‌ କଥା ହେଲା ବିଜ୍ଞାପନ ଅଭିଯାନ ପାଇଁ ବିକ୍ରେତାମାନଙ୍କୁ କୌଣସି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ । ଗୁଗଲ ସପିଂ ବିକ୍ରେତା ଏବଂ ଗ୍ରାହକଙ୍କୁ ସଂଯୋଗ କରିବା ସହ ଟ୍ରାନ୍‌ଜାକ୍ସନ ଏବଂ ସାମଗ୍ରୀକୁ  ଗ୍ରାହକଙ୍କ ପାଖରେ ପହଞ୍ଚାଇବାର ଦାୟିତ୍ୱ ବେପାରୀଙ୍କ ଉପରେ ରହିବ ।

ସମ୍ବନ୍ଧିତ ଖବର