ନୂଆଦିଲ୍ଲୀ: ଗୁଗଲ୍‌ର ମାଲିକାନା ରଖିଥିବା ଆମେରିକୀୟ ସଂସ୍ଥା ଆଲ୍‌ଫାବେଟ୍‌ର ସେୟାର ମୂଲ୍ୟରେ ପ୍ରାୟ ୮ ପ୍ରତିଶତ ହ୍ରାସ ଘଟିବାରୁ ଗୋଟିଏ ଦିନରେ କମ୍ପାନି ୨୦,୦୦୦ କୋଟି ଡଲାର (୧୭,୫୧,୯୮୧ କୋଟି ଟଙ୍କା) ହରାଇଛି। ୨୦୨୩ ଅକ୍ଟୋବରରେ ଶେଷ ଥର ଲାଗି କମ୍ପାନି ସେୟାରରେ ଏଭଳି ହ୍ରାସ ଘଟିଥିଲା। କିନ୍ତୁ, ଏହା ଗୁଗଲ୍‌ ବଜାର ପୁଞ୍ଜିରେ ସର୍ବବୃହତ୍‌ ଦୈନିକ ହ୍ରାସ। ଆଲ୍‌ଫାବେଟ୍‌ର ଆର୍ଥିକ ଫଳାଫଳ ଘୋଷଣା ବେଳେ ସିଇଓ ସୁନ୍ଦର ପିଚାଇଙ୍କୁ ଦୁଇଟି ମନ୍ତବ୍ୟ ଲାଗି କମ୍ପାନିର ସେୟାର ମୂଲ୍ୟରେ ହ୍ରାସ ଘଟିଛି। କ୍ଲାଉଡ୍‌ କମ୍ପ୍ୟୁଟିଂ ବିଭାଗର ଆୟ କମ୍ ହେବା ଓ  ଏଆଇରେ ଅଧିକ ନିବେଶ ପାଇଁ କମ୍ପାନି ପ୍ରଭାବିତ ହୋଇଛି।