ସିନେ କ୍ରିଟିକ୍‌ ପାଇଁ ଗୁଗଲ ଲଞ୍ଚ କଲା ନୂତନ ଫିଚର

ନୂଆଦିଲ୍ଲୀ: ଗୁଗଲ ସର୍ଚ୍ଚ ରେଜଲ୍‌ଟ ଅନ୍ତର୍ଗତ ସିନେମା ଓ ଟେଲିଭିଜନ ରିଭ୍ୟୁରେ ଯୋଗଦାନ ପାଇଁ ଗୁଗଲ ଏକ ନୂଆ ଫିଚରର ଶୁଭାରମ୍ଭ କରିଛି। ଗୁଗଲର ଏହି ଫିଚର ଭାରତରେ କେବଳ ୱେବ୍‌ ଓ ମୋବାଇଲରେ ଇଂରାଜୀ ଭାଷାରେ ଉପଲବ୍ଧ ହେବ।
ଗୁଗଲ କହିଛି ଗ୍ରାହକଙ୍କ ଦ୍ୱାରା ଦିଆଯାଇଥିବା ରିଭ୍ୟୁ ଫିଲଟର ହୋଇଯାଏ । ଯଦି କୌଣସି ଖରାପ କଂଟେଂଟ କମ୍ପାନିର ସିଷ୍ଟମରୁ ରହିଯାଏ, ତେବେ ତାହାକୁ ଗ୍ରାହକ ମାର୍କ ମଧ୍ୟ କରିପାରିବେ । ରିପୋର୍ଟ ଅନୁସାରେ ଯଦି କୌଣସି ଗ୍ରାହକ ରିଭ୍ୟୁ ସବମିଟ୍‌ କରେ, ତେବେ ଗୁଗଲ ଡଟ୍‌ ଇନରେ ସର୍ଚ୍ଚ ରେଜଲଟ ଉପରେ ଭିନ୍ନ ଭିନ୍ନ ଟିଭି ସୋ, ସିନେମାକୁ ନଲେଜ ପ୍ୟାନେଲରେ ଦେଖାଯିବ । ତେବେ ଏବେ ଠାରୁ ଏହି ଫିଚର ସାହାଯ୍ୟରେ ସିନେ କ୍ରିଟିକ୍‌ ହୋଇପାରିବେ ।
ସମ୍ବନ୍ଧିତ ଖବର