ଫୋନ କିଣନ୍ତୁ, ମାଗଣାରେ ଲାପଟପ ପାଆନ୍ତୁ: ଅଫର ଘୋଷଣା କଲା ଗୁଗୁଲ

ଲଣ୍ଡନ: ଯଦି ଆପଣ ଏକ ଫୋନ୍ କିଣିବେ ତେବେ ଆପଣ ମାଗଣାରେ ଲାପଟପ୍ ପାଇବେ | ଯଦିଓ ଏହା ଏକ ସ୍ୱପ୍ନ ଭଳି ଲାଗୁଛି, କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏକ ସ୍ମାର୍ଟଫୋନ୍ ବ୍ରାଣ୍ଡ ଗ୍ରାହକଙ୍କୁ ଫୋନ୍ କିଣିଲେ ମାଗଣାରେ ଲାପଟପ୍ ଦେଉଛି | ଏଥିପାଇଁ ଆପଣଙ୍କୁ କେବଳ ଆଇଫୋନ୍ ଛାଡି ଆଣ୍ଡ୍ରଏଡ୍ ଡିଭାଇସକୁ ସୁଇଚ୍ କରିବାକୁ ପଡିବ | ବାସ୍ତବରେ ଗୁଗୁଲ ଏହାର ଗ୍ରାହକଙ୍କ ପାଇଁ ଏହି ଆକର୍ଷଣୀୟ ଅଫର ଆଣିଛି | କମ୍ପାନି ପିକ୍ସେଲ ଫୋନ୍ କିଣିଲେ ମାଗଣା ଲାପଟପ୍ ଦେଉଛି | ଯଦି ଆପଣ ଜଣେ ଆଇଫୋନ୍ ୟୁଜର୍ ଏବଂ ଗୁଗୁଲ୍ ପିକ୍ସେଲ୍ ୬ କିମ୍ବା ପିକ୍ସେଲ୍ ୬ ପ୍ରୋ କିଣିବେ ତେବେ ଆପଣ ମଧ୍ୟ ଆସସ୍ କ୍ରୋମବୁକ୍ ସି୨୧୪ ଲାପଟପ୍ ମାଗଣାରେ ପାଇପାରିବେ | ତେବେ ଏହି ଅଫର କେବଳ ବ୍ରିଟେନରେ ଉପଲବ୍ଧ ଅଛି |

କେମିତି ମାଗଣାରେ ପାଇବେ ଆସସ୍ କ୍ରୋମବୁକ୍ ସି୨୧୪ ଲାପଟପ
ଷ୍ଟେପ୍ ୧: ଅଗଷ୍ଟ ୧୬ରୁ ସେପ୍ଟେମ୍ବର ୧୨ ମଧ୍ୟରେ ଆପଣଙ୍କୁ ଗୁଗୁଲ୍ ପିକ୍ସେଲ୍ ୬ କିମ୍ବା ୬ ପ୍ରୋ ଯେକୌଣସି ରିଟେଲର ପାର୍ଟନର(କାରଫୋନ ୱେୟାରହାଉସ, e2save.com, EE, ମୋବାଇଲ. କୋ.ୟୁକେ, ଭୋଡାଫୋନ୍)ଙ୍କ ପାଖରୁ କିଣିବାକୁ ପଡିବ |
ଷ୍ଟେପ୍ ୨: କ୍ରୟ ପରେ ଆପଣଙ୍କୁ ୧୪ ଦିନ ଅପେକ୍ଷା କରିବାକୁ ପଡିବ ଏବଂ ଆପଣଙ୍କର ରସିଦକୁ ସମ୍ଭାଳିକି ରଖିଥିବେ | ଏହାପରେ କ୍ରୟ ତାରିଖର ୪୫ ଦିନ ମଧ୍ୟରେ ଆସସ୍ କ୍ରୋମବୁକ୍ ସି୨୧୪ ପାଇଁ ଆବେଦନ କରିବାକୁ ପଡିବ |
ଷ୍ଟେପ୍ ୩: ଆପଣଙ୍କର ଆବେଦନ ଅନୁମୋଦନ ହେବାର ୭୫ ଦିନ ମଧ୍ୟରେ ଆପଣ ଆପଣଙ୍କର କ୍ରୋମବୁକ୍ ପାଇବେ |
ଗୁଗୁଲ ଦେଇଥିବା ସୂଚନା ଅନୁଯାୟୀ, ଅଗଷ୍ଟ ୨୯, ୨୦୨୨ରୁ ଏହି ଆବେଦନ ଫର୍ମ ଉପଲବ୍ଧ ହେବ | ସୂଚନା ଥାଉ କି ଆସସ୍ କ୍ରୋମବୁକ୍ ସି୨୧୪ ର ମୂଲ୍ୟ ପାଖାପାଖି ୩୮,୦୦୦ ଟଙ୍କା ରହିଛି |

ସମ୍ବନ୍ଧିତ ଖବର