ଗୁଗୁଲ ପେର ନୂଆ ଫିଚରରେ ଗୋଟିଏ କ୍ଲିକରେ ସଙ୍ଗେସଙ୍ଗେ ହେବ ଅନଲାଇନ ପେମେଣ୍ଟ

ନୂଆଦିଲ୍ଲୀ: ଆଜିକା ଯୁଗରେ ଆମର ପ୍ରାୟ ସମସ୍ତ କାର୍ଯ୍ୟ ଅନଲାଇନରେ ହେଉଛି। ଆଜିକାଲି ଅଧିକାଂଶ ଲୋକ ସାଥୀରେ ନଗଦ ଟଙ୍କା ବଦ‌ଳରେ  ସମସ୍ତ ପ୍ରକାରର ଦେୟ କ୍ୟୁଆର କୋଡ୍ ସ୍କାନ କରି ଅନଲାଇନ୍ ପେମେଣ୍ଟ ଆପ୍ ମାଧ୍ୟମରେ କରୁଛନ୍ତି। ପେଟିଏମ୍, ଗୁଗୁଲ୍ ପେ, ଫୋନ୍ ପେ ଦେଶର ପ୍ରମୁଖ ଅନଲାଇନ୍ ପେମେଣ୍ଟ ଆପ୍ ମଧ୍ୟରେ ଅଛି । ସମ୍ପ୍ରତି ଗୁଗୁଲ୍ ପେ ଏକ ନୂତନ ଫିଚର ଘୋଷଣା କରିଛି । ଯାହା ଆପଣଙ୍କୁ ଗୋଟିଏ କ୍ଲିକ୍ ସହିତ ଅନଲାଇନ୍ ପେମେଣ୍ଟ କରିବାକୁ ଅନୁମତି ଦେବ ।

ଗୁଗୁଲ ନିକଟରେ ଅନଲାଇନ୍ ପେମେଣ୍ଟ ଆପ୍ ଗୁଗୁଲ୍ ପେ ପାଇଁ ଏକ ନୂତନ ଫିଚର ଜାରି କରିଛି । ଯାହାର ନାମ ‘ଟ୍ୟାପ୍ ଟୁ ପେ’ ବୋଲି ରଖାଯାଇଛି। ପାଇନ୍ ଲାପ୍ସ ସହିତ ମିଳିତ ଭାବରେ ଜାରି କରାଯାଇଥିବା ଏହି ଫିଚରରେ ଉପଭୋକ୍ତାମାନେ କ୍ୟୁଆର କୋଡ୍ ସ୍କାନ୍ ନକରି କିମ୍ବା ୟୁପିଆଇ- ଲିଙ୍କ୍ ନମ୍ବର ପ୍ରବେଶ କରି ଗୋଟିଏ କ୍ଲିକରେ ପେମେଣ୍ଟ କରିପାରିବେ। ଆସନ୍ତୁ ଜାଣିବା ଏହି ଫିଚର କେମିତି କାମ କରିଥାଏ।

ଆପଣ ବୋଧହୁଏ ଜାଣିଥିବେ ଯେ ଏହି ‘ଟ୍ୟାପ୍ ଟୁ ପେ’ ଫିଚର ସାଧାରଣତଃ କ୍ରେଡିଟ୍ କାର୍ଡ ସହିତ ଲିଙ୍କ୍ ହୋଇଥାଏ । ସମ୍ପ୍ରତି ଏହି ଫିଚର ଗୁଗୁଲ୍ ପେରେ ଜାରି କରାଯାଇଛି। ଯଦି ଆପଣ ଭାବୁଛନ୍ତି କି ଏହି ଫିଚର କିପରି କାମ କରେ ତେବେ ଆପଣଙ୍କୁ ଜଣାଇ ଦେବାକୁ ଚାହିଁବୁ ଯେ ପେମେଣ୍ଟ୍ କରିବା ପାଇଁ ବର୍ତ୍ତମାନ ଉପଭୋକ୍ତାମାନଙ୍କୁ କେବଳ ସ୍ମାର୍ଟଫୋନକୁ ପିଓଏସ ଟର୍ମିନାଲରେ ଟ୍ୟାପ୍ କରିବାକୁ ପଡିବ ଏବଂ ତା’ପରେ ୟୁପିଆଇ ପିନ୍ ବ୍ୟବହାର କରି ଆପଣଙ୍କର ଦେୟ ପ୍ରକ୍ରିୟା ସମାପ୍ତ କରି ପାରିବେ।

ଗୁଗୁଲର କହିବା ଅନୁସାରେ, ଏହି ଫିଚର ପ୍ରତ୍ୟେକ ଗୁଗୁଲ୍ ପେ ୟୁଜର୍ ବ୍ୟବହାର କରାଯାଇପାରିବ ଯେଉଁମାନେ ୟୁପିଆଇର ବ୍ୟବହାର କରୁଛନ୍ତି କିମ୍ବା ଯିଏ ଏନଏଫସି- ଏନେବଲ୍ଡ ସ୍ମାର୍ଟଫୋନକୁ ଏଭଳି ଭାବେ ବ୍ୟବହାର କରିବାକୁ ଚାହୁଁଁଛନ୍ତି।

 

 

ସମ୍ବନ୍ଧିତ ଖବର