ନୂଆଦିଲ୍ଲୀ: ବୁଧବାର ଦିନ ଗୁଗଲ୍ ଉନ୍ମୋଚନ କରିଛି ତାହାର ସେକେଣ୍ଡ୍ ଜେନେରେସନ୍ ପିକ୍ସେଲ୍ ସ୍ମାଟ୍ ଫୋନ୍।
ଭାରତରେ ‘ପିକ୍ସେଲ୍ ଟୁ’ର ମୂଲ୍ୟ ରହିବ: ପିକ୍ସେଲ୍ ଟୁ ୬୪ଜିବି (ଟ ୬୧, ୦୦୦), ପିକ୍ସେଲ୍ ଟୁ ୧୨୮ଜିବି (ଟ ୭୦, ୦୦୦), ପିକ୍ସେଲ୍ ଟୁ ଏକ୍ସଏଲ୍ ୬୪ଜିବି (ଟ ୭୩, ୦୦୦), ପିକ୍ସେଲ୍ ଟୁ ଏକ୍ସ୍ଏଲ୍ ୧୨୮ଜିବି (ଟ ୮୨, ୦୦୦)।
ଏଥିପାଇଁ ଅକ୍ଟୋବର ୨୬, ୨୦୧୭ଠାରୁ ପ୍ରି-ଅଡର୍ ଆରମ୍ଭ ହେଉଛି। ନଭେମ୍ବର ପହିଲାରୁ ଦେଶବ୍ୟାପୀ ୧୦୦୦ରୁ ଅଧିକ ଷ୍ଟୋର୍ ଏବଂ ଅନ୍ଲାଇନ୍ରେ ପିକ୍ସେଲ୍ ଟୁ କିଣିବାକୁ ମିଳିବ।
ପିକ୍ସେଲ୍ ଟୁ ଏକ୍ସଏଲ୍ ବିକ୍ରୟ ପାଇଁ ଷ୍ଟୋର୍କୁ ଆସିବ ନଭେମ୍ବର ୧୫ ତାରିଖ ଦିନ। ପିକ୍ସେଲ୍ ଟୁ ଏବଂ ପିକ୍ସେଲ୍ ଟୁଏକ୍ସ୍ଏଲ୍ କେବଳ ଫ୍ଲିପ୍କାର୍ଟ ଯୋଗେ ଅନ୍ଲାଇନ୍ରେ ମିଳିବ।
ପିକ୍ସେଲ୍ ଟୁ ଏବଂ ପିକ୍ସେଲ୍ ଟୁଏକ୍ସଏଲ୍ ଗତବର୍ଷର ପିକ୍ସେଲ୍ ସ୍ମାର୍ଟଫୋନ୍ସ୍ର ଡିଜାଇନ୍ ଆଧାରରେ ଗଢ଼ା ଯାଇଛି। ଅଧା ଗ୍ଲାସ୍ ଏବଂ ଅଧା ମେଟାଲ୍ ନିର୍ମିତ ଏହି ଉଭୟ ଫୋନ୍ ଆଣ୍ଡ୍ରଏଡ୍ ୮. ୦ ଓରିଓରେ ଚାଲିବା ସହ ଏବଂ ଏଥିରେ ୩. ୫ ଏମ୍ଏମ୍ ହେଡ୍ଫୋନ୍ ଜ୍ୟାକ୍ ରହିଛି। ଆଇପି୬୭ ରେଟେଡ୍ ହୋଇଥିବାରୁ ଏହା ଧୂଳି ଏବଂ ପାଣି ନିରୋଧକ ହୋଇ ପାରିଛି।
ତିନିଟି ରଙ୍ଗରେ ମିଳୁଛି ପିକ୍ସେଲ୍ ଟୁ ଯଥା:- କିଣ୍ଡା ବ୍ଲୁ, ଜଷ୍ଟ୍ ବ୍ଲାକ୍ ଏବଂ କ୍ଲିୟର୍ଲି ହ୍ଵାଇଟ୍। ଏଥିରେ ରହିଛି ଏକ ଅଲ୍େଓ୍ଵଜ୍ ଡିସ୍ପ୍ଲେ ଏବଂ ଏକ ଅଟୋ ସାଉଣ୍ଡ୍ ରେକଗ୍ନାଇଜେସନ୍ ଟେକ୍ନୋଲଜି। ଏହାଛଡ଼ା ବ୍ୟବହାରକାରୀମାନଙ୍କ ନିମନ୍ତେ ଏଥିରେ ରହିଛି ‘ଆଟ୍ ଏ ଗ୍ଲାନ୍ସ୍ ଫିଚର୍’। ଏହାଦ୍ୱାରା ବ୍ୟବହାରକାରୀମାନେ ସେମାନଙ୍କର ଅପ୍କମିଙ୍ଗ୍ ମିଟିଙ୍ଗ୍ ଏବଂ ଅନ୍ୟାନ୍ୟ ଏନ୍ଗେଜ୍ମେଣ୍ଟ୍ ସଂକ୍ରାନ୍ତରେ ଜାଣିପାରିବେ।
ଏଥିରେ ରହିଛି ‘ଆକ୍ଟିଭ୍ ଏଜ୍’ ଟେକ୍ନୋଲଜି। ବ୍ୟବହାରକାରୀମାନେ ହ୍ୟାଣ୍ଡ୍ସେଟ୍ର ପାର୍ଶ୍ୱକୁ ଚାପି ଦେଇ ଗୁଗଲ୍ ଆସିଷ୍ଟାଣ୍ଟ୍କୁ ଟ୍ରିଗର୍ କରିପାରିବେ। ଏଚ୍ଟିସି ନିର୍ମିତ ଗୁଗଲ୍ ପିକ୍ସେଲ୍ ଟୁ’ରେ ରହିଛି କୋର୍ଣ୍ଣିଙ୍ଗ୍ ଗରିଲା ଗ୍ଲାସ୍ର ଏକ ୫ ଇଞ୍ଚିଆ ଫୁଲ୍-ଏଚ୍ଡି (୧୦୮୦x୧୯୨୦ ପିକ୍ସେଲ୍ସ୍) ଆମୋଲେଡ୍ ୨.୫ଡି ଡିସ୍ପ୍ଲେ।
ଅକ୍ଟା-କୋର୍ କ୍ୱାଲ୍କୋମ୍ ସ୍ନାପ୍ଡ୍ରାଗନ୍ ୮୩୫ ପ୍ରୋସେସର୍ ଚଳାଉଥିବା ପିକ୍ସେଲ୍ ଟୁ’ ଫୋର୍ଜିବି ଏଲ୍ପିଡିଡିଆର୍ଫୋର୍ଏକ୍ସ୍ ରାମ୍କୁ ସମର୍ଥନ କରିବ। ଏହା ଦୁଇ କିସମରେ ଯଥା: ୬୪ ଜିବି ଏବଂ ୧୨୮ ଜିବିର ଇନ୍ବିଲ୍ଟ୍ ଷ୍ଟୋରେଜ୍ ମିଳୁଛି।
ପିକ୍ସେଲ୍ ଟୁ’ରେ ରହିଛି ଏଫ୍/୧. ୮ ଆପେର୍ଚର୍ ବିଶିଷ୍ଟ ୧୨. ୨ ଏମ୍ପି ରିଅର୍ କ୍ୟାମେରା ସହ ଏଫ୍/୨.୪ ଆପେର୍ଚର୍ ବିଶିଷ୍ଟ ୮ଏମ୍ପି ଫ୍ରଣ୍ଟ୍-ଫେସିଙ୍ଗ୍ କ୍ୟାମେରା। ୩୦ ଏଫ୍ପିଏସ୍ରେ ୪ ହଜାର ରିଜୋଲ୍ୟୁସନ୍ର ଭିଡିଓ ମଧ୍ୟ ଏହି କ୍ୟାମେରାରେ ଉତ୍ତୋଳନ କରାଯାଇ ପାରିବ। ଏଥିରେ ଲାଗିଥିବା ୨୭୦୦ଏମ୍ଏଏଚ୍ ବ୍ୟାଟେରି ୧୫ ମିନିଟ୍ ଚାର୍ଜରେ ବସିଲେ ୭ ଘଣ୍ଟା ଯାଏଁ ଶକ୍ତି ଯୋଗାଇବ।
ଏଲ୍ଜି ନିର୍ମିତ ଗୁଗଲ୍ ପିକ୍ସେଲ୍ ଟୁ’ରେ ଉପରୋକ୍ତ ଫିଚର୍ ସହ ସାମାନ୍ୟ ଭିନ୍ନ ଫିଚର୍ ରହିଛି। ଏହାର ଡିସ୍ପ୍ଲେ ୬ ଇଞ୍ଚ୍ ଏବଂ ପିକ୍ସେଲ୍ ଡେନ୍ସିଟି ହେଉଛି ୫୩୮ ପିପିଆଇ। ଏହି ସ୍ମାର୍ଟ ଫୋନ୍ ଗୁଡ଼ିକ ଜଷ୍ଟ୍ ବ୍ଲାକ୍, ବ୍ଲାକ୍ ଏବଂ ହ୍ଵାଇଟ୍ କଲର୍ରେ ମିଳିବ।