ଭାଇରସ୍‌ ଥିବାରୁ ପ୍ଲେ ଷ୍ଟୋର୍‌ରୁ ଏହି ୨୯ଟି ଆପ୍‌ସ ହଟାଇଲା ଗୁଗଲ୍‌

ନୂଆଦିଲ୍ଲୀ : ଗୁଗଲ ପ୍ଲେ ଷ୍ଟୋରରୁ ୨୯ଟି ଆପ୍‌ସ ହଟାଇ ଦିଆଯାଇଛି । ହଟାଯାଇଥିବା ଆପ୍‌ସରେ ଭାଇରସ୍‌ ଥିବାରୁ ଏହାକୁ ଗୁଗଲ ହଟାଇଥିବା ବେଳେ ଏକ କୋଟିରୁ ଅଧିକ ଥର ତାହାକୁ ଡାଉନ୍‌ଲୋଡ୍‌ କରାଯାଇଥିଲା ବୋଲି ଜଣାପଡ଼ିଛି । ଗୁରୁବାର କ୍ୱିକ୍‌ହିଲ୍‌ ସିକ୍ୟୁରିଟି ଲ୍ୟାବ୍ସ ପକ୍ଷରୁ ଭାଇରସ୍‌ ଥିବା ନେଇ ଏକ ରିପୋର୍ଟ ପ୍ରକାଶ କରାଯିବା ପରେ ଗୁଗଲ ଏହାକୁ ପ୍ଲେ ଷ୍ଟୋର୍‌ରୁ ହଟାଇବା ପାଇଁ ନିଷ୍ପତ୍ତି ନେଇଥିଲା ।

29 ऐप्स प्ले स्टोर से हटाए गए
neindia.com

ସାମ୍ନାକୁ ଆସିଥିବା ୨୯ଟି ଆପ୍‌ସ ମଧ୍ୟରୁ ୨୪ଟି ଫୋନ୍‌ର ହୋମ୍‌ ସ୍କ୍ରିନ୍‌ରେ ଲୁଚି କରି ରହୁଥିଲା ବୋଲି ଜଣାପଡ଼ିଛି, ଯାହାକୁ ହାଇଡ୍‌ଆଡ୍‌ ବର୍ଗରେ ଆସୁଛି । ଏହି ଆପ୍‌ ଗୁଡ଼ିକୁ ଥରେ ଖୋଲିବା ପରେ ତାହାର ଆଇକନ୍‌ ବ୍ୟବହାରକାରୀଙ୍କୁ ନଜର ଆସି ନ ଥାଏ । କିନ୍ତୁ ସେ ଫୋନ୍‌ରେ ରହି ନିଜ କାମ କରିଥାଏ । ବ୍ୟବହାରକାରୀ ଏହି ଆପ୍‌ ଗୁଡ଼ିକ ସହଜରେ ଅନ୍‌ ଇନ୍‌ଷ୍ଟଲ ଯେମିତି ନ କରି ପାରିବେ, ସେ ନେଇ ଏହି ଆପ୍‌ର ଆଇକନ୍‌ ଅଦୃଶ୍ୟ ହୋଇଯାଇଥାଏ ବୋଲି କହିଛି କ୍ୱିକ୍‌ହିଲ୍‌ ସିକ୍ୟୁରିଟି ଲ୍ୟାବ୍ସ । ବ୍ୟବହାରକାରୀ ଆପ୍‌ର ସର୍ଟକର୍ଟ ଫୋନରୁ ହଟାଇ ପାରୁଥିଲେ ମଧ୍ୟ ଫୋନରେ ଏହା ଇନ୍‌ଷ୍ଟଲ ହୋଇ ରହିଥାଏ । ଅନ୍ୟ ୫ଟି ଆପ୍ସ ଆଡ୍‌େଓ୍ଵର୍‌ ବର୍ଗରେ ଆସୁଛି, ଯାହା ବିଜ୍ଞାପନ ମାଧ୍ୟମରେ ଡିଭାଇସ୍‌ ପର୍ଯ୍ୟନ୍ତ ପହଞ୍ଚି ଯାଇଥାଏ ।

ସମ୍ବନ୍ଧିତ ଖବର