ମୁମ୍ବାଇ: ୟୁଟ୍ୟୁବ୍ ଓ ଜିମେଲ୍ କାମ କରୁନି? ଆପଣଙ୍କ ଗୁଗୁଲ୍ ସେବା ଠପ୍ ହୋଇଯାଇଛି କି? ଗୁରୁବାର ସକାଳୁ ଅନେକ ବ୍ୟବହାରକାରୀଙ୍କ ସେବା ବନ୍ଦ ହୋଇଥିବାର ରିପୋର୍ଟ ହସ୍ତଗତ ହୋଇଛି। ଏପରି ସମସ୍ୟା ସକାଳ ପ୍ରାୟ ୧୧ଟା ବେଳକୁ ଦେଖିବାକୁ ମିଳିଥିଲା।
ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ବ୍ୟବହାରକାରୀ ସର୍ଚ ଇଞ୍ଜିନ୍ ସହ ୟୁଟ୍ୟୁବ୍, ଜିମେଲ୍ ଏବଂ ଗୁଗୁଲ୍ ଡ୍ରାଇଭ୍କୁ ବି ବ୍ୟବହାର କରିପାରିନଥିଲେ। ହେଲେ ଏବେ ଏ ସବୁ କାମ କରିବା ଆରମ୍ଭ କରିଛି।
ଡାଉନ୍ଡିଟେକ୍ଟରରେ ବିଭିନ୍ନ ଅଞ୍ଚଳରୁ ବ୍ୟବହାରକାରୀ ସେବା ଠପ୍ ହୋଇଯାଇଛି ବୋଲି ଅଭିଯୋଗ ଆଣିଥିଲେ। ବ୍ୟବହାରକାରୀ ଗୁଗୁଲ୍ ଓ ତା’ର ଅନ୍ୟ ସେବାଗୁଡ଼ିକ ଡାଉନ୍ ହୋଇଥିବା ଅଭିଯୋଗ ଟ୍ବିଟର୍ରେ ଆଣିଥିଲେ।
ବ୍ୟବହାରକାରୀ ବହୁଳ ମାତ୍ରାରେ ଅଭିଯୋଗ ଆଣିବା ପରେ କମ୍ପାନି ଏହାକୁ ଦୃଷ୍ଟିକୁ ନେଇଥିଲା ଓ ଏବେ ସେବାଗୁଡ଼ିକ ପୂର୍ବ ପରି କାମ କରିବା ଆରମ୍ଭ କରିଛି।
ଏହି ଆଉଟେଜ୍ରେ ଗୁଗୁଲ୍ର ୟୁଟ୍ୟୁବ୍, ଡ୍ରାଇଭ୍, ଜିମେଲ୍, ଡୁଅ, ମିଟ୍, ହ୍ୟାଙ୍ଗ୍ଆଉଟ୍ସ, ଡକ୍ସ ଓ ସିଟ୍ସ ଆଦି ପ୍ରଭାବିତ ହୋଇଥିଲା। ଯଦି ଆପଣଙ୍କୁ ବି ଲାଗୁଛି ଆପଣ ଏଥିରେ ପ୍ରଭାବିତ ହୋଇଛନ୍ତି ତ ଆପଣ ଡାଉନ୍ଡିଟେକ୍ଟରରେ ଚେକ୍ କରିପାରିବେ। ଚେକ୍ କରିବାକୁ ଆପଣଙ୍କୁ ଡାଉନ୍ଡିଟେକ୍ଟର ସର୍ଚ କରି ତାହାର ଅଧିକାରୀକ ସାଇଟ୍କୁ ଯିବାକୁ ହେବ।
ଉଲ୍ଲେଖଯେୋଗ୍ୟ, ଭାରତୀୟ ପ୍ରତିଯୋଗିତା କମିସନ (ସିସିଆଇ)ର ୧୩୦୦ କୋଟି ଟଙ୍କାରୁ ଅଧିକ ଜରିମାନାକୁ ସାମ୍ନା କରିଥିବା ଇଣ୍ଟରନେଟ୍ କଂପାନି ଗୁଗୁଲ୍ ଭାରତରେ ଏହାର ଆଣ୍ଡ୍ରଏଡ୍ ନିୟମରେ ଏକ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ଗ୍ରାହକଙ୍କୁ ପସନ୍ଦର ସର୍ଚ୍ଚ ଇଞ୍ଜିନ ଚୟନ କରିବାର ଅନୁମତି ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/03/Untitled-116.jpg)