ଗୁଗଲର ନଜରରୁ ବଞ୍ଚିବା ଅସମ୍ଭବ : ଆପଣଙ୍କର ଏହି ସବୁ ବ୍ୟକ୍ତିଗତ ତଥ୍ୟ ଉପରେ ନଜର ରଖିଛି ଗୁଗଲ

ନୂଆଦିଲ୍ଲୀ : ଯଦି ଆପଣ କୌଣସି ଅଣ୍ଡ୍ରୋଏଡ୍‌ ଫୋନ ବ୍ୟବହାର କରୁଛନ୍ତି ବା ଗୁଗଲର କୌଣସି ଡିଭାଇସ୍‌ର ବ୍ୟବହାର କରୁଛନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । କାରଣ ଆପଣଙ୍କ ସବୁ କାମ ଉପରେ ଟିକିନିକି କରି ନଜର ରଖୁଛି ଗୁଗଲ । ନିଜ ବ୍ୟବହାରକାରୀଙ୍କ ସବୁ କାର୍ଯ୍ୟକଳାପ ଉପରେ ଗୁଗଲ ନଜର ରଖିବା ସହ ସବୁ ଡାଟା ଷ୍ଟୋର କରି ରଖିଥାଏ । ଆଜି ଆମେ ଆପଣଙ୍କୁ ଜଣାଇବୁ, ଗୁଗଲ ଆପଣଙ୍କର କେଉଁ ସବୁ ଡାଟା ଉପରେ ନଜର ରଖୁଛି ।

ଇଣ୍ଟରନେଟ୍‌ ଓ େଓ୍ଵବ୍‌ରେ ଆପଣ ଯାହା କିଛି କରୁଛନ୍ତି, ତାହା ଗୁଗଲ ନୋଟ୍‌ କରି ରଖିଥାଏ । ଖାସ୍‌ କରି ଗୁଗଲ କ୍ରୋମ୍‌ରେ ସାଇନ୍‌ ଇନ୍‌ କରିବା ପରେ ଗୁଗଲ ପାଇଁ ଏ ସବୁ କରିବା ସହଜ ହୋଇ ଯାଇଥାଏ । ଗୁଗଲରେ ଆପଣ କ’ଣ ସର୍ଚ୍ଚ କରୁଛନ୍ତି ବା ଗୁଗଲ ଆପ୍‌ ଜରିଆରେ ଆପଣ କ’ଣ କରୁଛନ୍ତି, ସେ ସବୁର ତଥ୍ୟ ଗୁଗଲ ରଖିଥାଏ । ଏମିତି କି ଗୁଗଲ ବ୍ୟବହାରକାରୀଙ୍କ ଫୋନରୁ ସେମାନଙ୍କର ଲୋକେସନ ଡାଟା ମଧ୍ୟ ନୋଟ୍‌ କରିଥାଏ । ଯାହାଦ୍ୱାରା ଗୁଗଲ ଆପଣ କେଉଁ ଦିନ, କେଉଁ ସମୟରେ କେଉଁଠି ଥିଲେ ତାହା ସହଜରେ ଜାଣି ପାରିଥାଏ । ଗୁଗଲ ଆକାଉଣ୍ଟ ସାହାଯ୍ୟରେ ଆପଣ ଯେଉଁ ଆପ୍‌ ବା ଡିଭାଇସ୍‌ରେ ଲଗ୍‌ ଇନ୍‌ କରନ୍ତି, ସେ ସବୁର ଡାଟା ଗୁଗଲ ସହଜରେ ରଖି ପାରିଥାଏ ।

Image result for google-tracks-and-stores-personal-data-of-users
Forbes

ଗୁଗଲ ଆସିଷ୍ଟାଣ୍ଟରେ ଆପଣ ଯାହା ବି ଭଏସ୍‌ କମାଣ୍ଡ ଦେଇଥାନ୍ତି, ତାହାକୁ ଗୁଗଲ ନିଜ ପାଖରେ ଷ୍ଟୋର କରି ନେଇଥାଏ । ଅନ୍‌ଲାଇନ୍‌ ସପିଂ ହେଉ ବା ଅନ୍‌ଲାଇନ୍‌ ଟିକେଟ୍‌ ବୁକିଂ ହେଉ, ସେ ସବୁ ଉପରେ ଗୁଗଲ ନଜର ରଖିଥାଏ ।

ସମ୍ବନ୍ଧିତ ଖବର