ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କ ପାଇଁ ଗୁଗୁଲ ଆଣିବାକୁ ଯାଉଛି ଆଇଫୋନ ଭଳି ‘ଫାଇଣ୍ଡ ମାଇ ନେଟୱାର୍କ ଫିଚର’!

ନୂଆଦିଲ୍ଲୀ: ଗୁଗୁଲ୍ ଆପଲର ‘ଫାଇଣ୍ଡ ମାଇ ଡିଭାଇସ୍’ ଭଳି ଏକ ଫିଚର ଉପରେ କାମ କରୁଛି। ଯାହାଦ୍ବାରା ଉପଭୋକ୍ତା ସେମାନଙ୍କର ହଜିଯାଇଥିବା ଡିଭାଇସଗୁଡ଼ିକୁ ସହଜରେ ପାଇ ପାରିବେ। ଏହି ଫିଚର ସମଗ୍ର ବିଶ୍ୱରେ ତିନି ବିଲିୟନ ଆଣ୍ଡ୍ରୋଏଡ ଉପଭୋକ୍ତାଙ୍କୁ ସାହାଯ୍ୟ କରିବ ବୋଲି କୁହାଯାଉଛି।

ଏହି ଫିଚର ନାମ “ସ୍ପଟ୍” ରହିଛି। ଏହା ଗୁଗୁଲ୍ ପ୍ଲେ ସର୍ଭିସର ଲେଟେଷ୍ଟ ବିଟାରେ ଏହି କୋଡ୍ ଦେଖିବାକୁ ମିଳିଛି। ଯାହାକି ଫୋନ୍ଗୁଡିକୁ ଅନ୍ୟ ଡିଭାଇସ୍ ଖୋଜିବାରେ ସାହାଯ୍ୟ କରି ପାରିବ।

ସମ୍ପ୍ରତି ବିଟା ଭର୍ସନ “ଫାଇଣ୍ଡ ଅଦର ପିପୁଲ ଡିଭାଇସ”ରେ ସାହାଯ୍ୟ କରିଥାଏ। କିନ୍ତୁ ଫୋନ୍, ଟାବଲେଟ୍, ଘଣ୍ଟା ଏବଂ ହେଡଫୋନ୍ ପରି ଉପକରଣଗୁଡିକୁ ଏହା ଖୋଜି ପାରେ ନାହିଁ।

ତେବେ ସମ୍ପ୍ରତି ଗୁଗୁଲ ସୋପୋର୍ଟ ପେଜରେ ଥିବା “ଫାଇଣ୍ଡ ମାଇ ଡିଭାଇସ” କେବଳ ସ୍ମାର୍ଟଫୋନ୍ ଖୋଜିପାରିବ।  ଯାହାର ପାୱର ଅନ ଥିବ, ଡାଟା କିମ୍ବା ୱାଇ-ଫାଇ ସିଗନାଲ୍ ଥିବ ଏବଂ ଲୋକେସନ ସେବା ବି ଥିବା ଦରକାର।|

ତେବେ “ସ୍ପଟ୍” ଫିଚର ଆଣ୍ଡ୍ରୋଏଡ ବ୍ୟବହାରକାରୀଙ୍କୁ ବିନା ନେଟରେ ବି ହଜିଯାଇଥିବା ଫୋନକୁ ଖୋଜିବାରେ ସାହାଯ୍ୟ କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର