ନୂଆଦିଲ୍ଳୀ: କେନ୍ଦ୍ର ସରକାରଙ୍କ ବଡ ଆକ୍ସନ । ବନ୍ଦ ହେବ ୨୮ ହଜାରରୁ ଅଧିକ ମୋବାଇଲ୍ ଫୋନ୍ । ସରକାର କିଛି ମୋବାଇଲ ୟୁଜର୍ସଙ୍କୁ ଚିହ୍ନଟ କରିବା ସହିତ, ସେମାନଙ୍କ ମୋବାଇଲ ଫୋନକୁ ବ୍ଲାକଲିଷ୍ଟ କରିଛି । ଏଥିସହିତ ତୁରନ୍ତ ଏହି ଫୋନ୍ ଗୁଡିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ମିଳିଥିବା ସୂଚନା ମୁତାବକ ବ୍ଲାକଲିଷ୍ଟ ହେଇଥିବା ଏହି ମୋବାଇଲ୍ ସଂଖ୍ୟା ପ୍ରାୟ ୨୮ ହଜାର ୨୦୦ ।
ସାଇବର କ୍ରାଇମରେ ଜଡିତ ଥିବା ୨୮ ହଜାରରୁ ଅଧିକ ସ୍ମାର୍ଟଫୋନକୁ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ସରକାରଙ୍କ ତରଫରୁ ଟେଲିକମ୍ କମ୍ପାନିକୁ ନୋଟିସ୍ ଜାରିି କରାଯାଇଛି । ଖାଲି ସେତିକି ନୁହେଁ ତତ୍କାଳ ପ୍ରଭାବରେ ୨୦ ଲକ୍ଷ ମୋବାଇଲ କନେକ୍ସନର ରି-ଭେରିଫିକେସନ କରିବାକୁ କୁହାଯାଇଛି ।
ସୂଚନାଯୋଗ୍ୟ ଯେ, ଟେଲିକମ୍ ବିଭାଗ, କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ରାଜ୍ୟ ପୁଲିସକୁ ନେଇ ସାଇବର କ୍ରାଇମ୍ ଏବଂ ଅନଲାଇନ୍ ଫ୍ରଡକୁ ରୋକିବାକୁ ଏକ ଟିମ୍ ଗଠନ ହେଇଥିଲା । କେନ୍ଦ୍ର ଗୃହ ମନ୍ତ୍ରାଳୟ ରାଜ୍ୟ ପୁଲିସ ସହ ମିଶି ପ୍ରାୟ ୨୮ ହଜାର ୨୦୦ ମୋବାଇଲ୍ ଫୋନର ଚିହ୍ନଟ କରିଛି, ଯାହାକି ସାଇବର କ୍ରାଇମରେ ସାମିଲ ଥିଲା । ତେଣୁ ଏହି ସବୁ ମୋବାଇଲକୁ ତୁରନ୍ତ ବନ୍ଦ କରିବାକୁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/Untitled-95.jpg)