ନୂଆଦିଲ୍ଲୀ: ସରକାର ଗୁଗୁଲ, ଫେସବୁକ, ୟୁଟ୍ୟୁବ୍, ୟାହୁ, ମାଇକ୍ରୋସପ୍ଟ, ଟୁଇଟର ଓ ହ୍ଵାଟସ୍ ଆପ୍ ଭଳି ଇଣ୍ଟରନେଟ ଓ ସୋସିଆଲ ମିଡିଆ କମ୍ପାନିମାନଙ୍କୁ ଇଣ୍ଟରନେଟରେ ଦ୍ରୁତଗତିରେ ସେୟାର ହେଉଥିବା ଚାଇଲ୍ଡ ପର୍ଣ୍ଣୋଗ୍ରାଫି, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ସମ୍ଭନ୍ଧିତ ଆପତ୍ତିଜନକ କନ୍ଟେଣ୍ଟ ଅପଲୋଡ ଓ ଅପବ୍ୟବହାର ଉପରେ କଡାକଡ଼ି ନଜର ରଖିବାକୁ କହିଛନ୍ତି। ଏଥିସହିତ ଭିଡିଓଟି କେଉଁ ଆଞ୍ଚଳିକ ଭାଷାର ତାହା ଉପରେ ବି ଯାଞ୍ଚ କରିବାକୁ କୁହାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ସରକାର ଏହି କମ୍ପାନିମାନଙ୍କୁ ଅଧିକରୁ ଅଧିକ ସକ୍ରିୟ ରହିବାକୁ କହିଛନ୍ତି। ଏହାପୂର୍ବରୁ ସୁପ୍ରିମକୋର୍ଟ ଏନ୍ଜିଓ ପ୍ରଜ୍ଜ୍ୱଲା ଦାୟର କରିଥିବା ଏକ ଆବେଦନର ଶୁଣାଣି କରିବାକୁ ଯାଇ ଏଭଳି ଆପତ୍ତିଜନକ ସାମଗ୍ରୀ ଉପରେ କିଭଳି ଭାବେ ଅଙ୍କୁଶ ଲଗାଯିବ ସେନେଇ ଚିନ୍ତା କରିଥିଲେ। ଏଥିପାଇଁ ସରକାର ଇଣ୍ଟରନେଟ୍ରେ ଦ୍ରୁତଗତିରେ ଅପଲୋଡ ହେଉଥିବା ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଓ ଦୁଷ୍କର୍ମ ଭିଡିଓ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି।
ପ୍ରକାଶିତ ରିପୋର୍ଟ ମୁତାବକ, ‘ସରକାର ଗୁଗୁଲ, ଫେସବୁକ, ୟୁଟ୍ୟୁବ୍, ୟାହୁ, ମାଇକ୍ରୋସପ୍ଟ, ଟୁଇଟର ଓ ହ୍ଵାଟସ୍ ଆପ୍ ଭଳି ଇଣ୍ଟରନେଟ ଓ ସୋସିଆଲ ମିଡିଆ କମ୍ପାନିମାନେ ସମ୍ପ୍ରତି ଏକ ରିପୋଟିଂ ସିଷ୍ଟମର ଯୋଜନା କରୁଛନ୍ତି। ଯାହା ଜରିଆରେ ଏଭଳି ମାମଲା ଆସିବା କ୍ଷଣି ଯାଞ୍ଚ ଆରମ୍ଭ କରାଯାଇ ପାରିବ। ସରକାର ଏହି ପଦ୍ଧତିକୁ ନେଇ ସନ୍ତୁଷ୍ଟ ନାହାନ୍ତି, କାରଣ ଏହା ନା ରି-ଏକ୍ଟିଭ୍ ନାହିଁ ପ୍ରୋ-ଏକ୍ଟିଭ୍ । ତେଣୁ ଏଭଳି ମାମଲାର ଛାନ୍ଭିନ୍ କରାଯିବା ଦରକାର। କାରଣ ଭବିଷ୍ୟତରେ ତୁରନ୍ତ ଏହି ମାମଲାରେ ଜଡ଼ିତ ଥିବା ବ୍ୟକ୍ତିକୁ ଧରାଯିବା ସହିତ ପ୍ରଥମ ଅପଲୋଡକୁ ହିଁ ରୋକାଯାଇ ପାରିବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ମଳିଛି।
ଏକ ଉଚ୍ଚସ୍ତରୀୟ ସମିତିରେ ଯେଉଁ ପଦ୍ଧତିକୁ ସମର୍ଥନ ଜଣାଯାଇଛି ସେଥିରେ ଗୋଟିଏ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ବନ୍ଧିତ କି-ଓ୍ଵାର୍ଡସର ତାଲିକାକୁ ବୃଦ୍ଧି କରିବା ବି ସାମିଲ ରହିଛି। ଏହି ସମିତିରେ ଆଇଟି ଓ ଗୃହମନ୍ତ୍ରାଳୟର ବରିଷ୍ଠ ଅଧିକାରୀଙ୍କ ସହିତ ଗୁଗୁଲ, ଫେସବୁକ୍, ୟାହୁ, ମାଇକ୍ରୋସପ୍ଟ ଓ ହ୍ଵାଟସ୍ ଆପ୍ର ପ୍ରତିନିଧି ସାମିଲ ଥିଲେ। ତେବେ ବିଶେଷ ସୂତ୍ରରୁ ପ୍ରକାଶ, ଦୁଷ୍କର୍ମ ଓ ଗଣଦୁଷ୍କର୍ମ ମାମଲା ସମ୍ବନ୍ଧିତ କନ୍ଟେଣ୍ଟ ପାଇଁ ବି କି-ଓ୍ଵାର୍ଡସ ଡାଇରେକ୍ଟର ପ୍ରସ୍ତୁତ କରାଯିବ। ଏଥିସହିତ ଆଞ୍ଚଳିକ ଭାଷାର ବି କି-ଓ୍ଵାର୍ଡସ୍ ତାଲିକାର ହେବ।
ସରକାର ‘ହାସ୍ ବ୍ୟାଙ୍କ’ ବି ପ୍ରସ୍ତୁତ କରିବେ। ଯାହା ମୁଖ୍ୟଭାବେ ଆପତ୍ତିଜନକ ଇମେଜ ଓ କନ୍ଟେଣ୍ଟର ଏନ୍କ୍ରିପ୍ଟେଡ ଡାଏରି ହେବ। ଯଦି ‘ହାସ୍ ବ୍ୟାଙ୍କ’ରେ ଜମା ଫଟୋ ତଥା ଅନ୍ୟ ଆପତ୍ତିଜନକ ଫଟୋ ଅନ୍ୟ େଓ୍ଵବସାଇଟ୍ ଜରିଆରେ ଅନ୍ୟ କେଉଁଠି ଅପ୍ଲୋଡ ହେଲେ ‘ହାସ୍ ବ୍ୟାଙ୍କ୍’ ବ୍ୟବହାର କରୁଥିବା କମ୍ପ୍ୟୁଟର ଓ ସପ୍ଟଓ୍ଵୟାରକୁ ତୁରନ୍ତ ସୂଚନା ମିଳିଯିବ, ଯାହାଫଳରେ ତୁରନ୍ତ ଅପଲୋଡକୁ ରୋକା ଯାଇ ପାରିବ। ଆମେରିକା ଓ ବ୍ରିଟେନ୍ ଭଳି ଦେଶ ‘ହାସ୍ ବ୍ୟାଙ୍କ’ର ବ୍ୟବହାର କରୁଛନ୍ତି। ସମ୍ପ୍ରତି କିନ୍ତୁ ଏହା ଭାରତ ପାଖରେ ନାହିଁ।