ନୂଆଦିଲ୍ଲୀ : ମାର୍ଚ୍ଚ ୧ ତାରିଖରୁ ଦେଶରେ ୬୦ ବର୍ଷରୁ ଅଧିକ ଏବଂ ଗୁରୁତର ରୋଗ ଥିବା ୪୫ ବର୍ଷରୁ ଅଧିକ ବୟସ୍କର ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯିବ। ଦେଶର ପ୍ରାୟ ୩୦ ହଜାର କେନ୍ଦ୍ରରେ ଏହି ଟିକା ଦିଆଯିବ। ଏଥିରୁ ୧୦ ହଜାର ସରକାରୀ ଏବଂ ୨୦ ହଜାର ବେସରକାରୀ କେନ୍ଦ୍ରରେ ଟିକା ଦିଆଯିବ। ସରକାରୀ କେନ୍ଦ୍ରରେ ଟିକା ମାଗଣାରେ ଦିଆଯିବ। କିନ୍ତୁ ଘରୋଇ କେନ୍ଦ୍ରରେ ଦିଆଯିବାକୁ ଥିବା ପ୍ରତି ଡୋଜ୍ ଟିକାର ମୂଲ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୨୫୦ ଟଙ୍କା ଧାର୍ଯ୍ୟ କରିଛନ୍ତି। ଟିକା ବାବଦରେ ୧୫୦ ଟଙ୍କା ଏବଂ ସର୍ଭିସ ଚାର୍ଜ ଭାବରେ ୧୦୦ ଟଙ୍କା ଆଦାୟ କରାଯିବ। ତେବେ ଏହି ମୂଲ୍ୟ ନିର୍ଦ୍ଧାରଣକୁ ଦେଶର ଖ୍ୟାତନାମା ମହିଳା ଉଦ୍ୟୋଗୀ ତଥା ବାୟୋକନ୍ର ଅଧ୍ୟକ୍ଷା କିରଣ ମଜୁମଦାର ସ ତୀବ୍ର ସମାଲୋଚନା କରିଛନ୍ତି। ଟିକା ନିର୍ମାତାଙ୍କ ପ୍ରତି ସରକାରଙ୍କର ଏହା ବିଶ୍ବାସଘାତ ବୋଲି ସେ କହିଛନ୍ତି। ଏତେ କମ୍ ଦରରେ ଟିକା ବିକ୍ରି କରି ତିଷ୍ଠି ରହିବା ସମ୍ଭବ ନୁହେଁ ବୋଲି ସେ ମତ ଦେଇଛନ୍ତି। ଟିକା ଶିଳ୍ପକୁ ପ୍ରୋତ୍ସାହିତ କରିବା ପରିବର୍ତ୍ତେ ସେମାନଙ୍କୁ ଦଳିଚକଟି ଦିଆଯାଉଛି ବୋଲି ସେ ଟ୍ବିଟ୍ କରିଛନ୍ତି।
ଟିକା କମ୍ପାନିଙ୍କ ପ୍ରତି ବିଶ୍ବାସଘାତ କରିଛନ୍ତି ସରକାର
/sambad/media/post_attachments/wp-content/uploads/2021/03/Kiran-Mazumdar-Shaw-Biocon-770x433-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)