ପିପିଏଫ୍‌ ଏବଂ ଅନ୍ୟାନ୍ୟ ସ୍ୱଳ୍ପ ସଂଚୟ ଉପରେ ୦. ୪% ସୁଧ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ବ୍ୟାଙ୍କ୍‌ସମୂହର ଜମା ମୂଲ୍ୟ ସହ ତାଳ ଦେଇ ଅକ୍ଟୋବର-ଡିସେମ୍ବର କ୍ୱାର୍ଟର୍‌ ନିମନ୍ତେ ଏନ୍‌ଏସ୍‌ସି ଏବଂ ପିପିଏଫ୍‌ ସମେତ ସ୍ୱଳ୍ପ ସଂଚୟ ଯୋଜନାରେ ସରକାର ୦. ୪% ଯାଏଁ ସୁଧ ବୃଦ୍ଧି କରିଛନ୍ତି।

ସ୍ୱଳ୍ପ ସଂଚୟ ଯୋଜନାରେ ସୁଧ ଦର କ୍ୱାର୍ଟର୍‌ଲି ବା ପ୍ରତି ତିନି ମାସରେ ଥରେ ଜଣାଇ ଦିଆଯାଏ।

ଅକ୍ଟୋବର ୧ ରୁ ଆରମ୍ଭ ହୋଇ ଡିସେମ୍ବର ୩୧ ୨୦୧୮ରେ ଶେଷ ହେଉଥିବା ୨୦୧୮-୧୯ ଆର୍ଥିକ ବର୍ଷର ତୃତୀୟ କ୍ୱାର୍ଟର୍‌ ନିମନ୍ତେ କେତେଗୁଡ଼ିଏ ସ୍ୱଳ୍ପ ସଂଚୟ ଯୋଜନାର ସୁଦ୍ଧ ମୂଲ୍ୟ ସଂଶୋଧିତ ହୋଇଛି ବୋଲି ଅର୍ଥ ମନ୍ତ୍ରାଳୟ ବିଜ୍ଞପ୍ତି ଜାରି କରିଛି।

୫ ବର୍ଷିଆ ଜମା ଅବଧି, ରେକରିଙ୍ଗ୍‌ ଡିପୋଜିଟ୍‌, ସିନିୟର୍‌ ସିଟିଜେନ୍‌ ସେଭିଙ୍ଗ୍‌ସ୍‌ ସ୍କିମ୍‌ର ସୁଧ ଯଥାକ୍ରମେ ୭. ୮, ୭. ୩ ଏବଂ ୮. ୭କୁ ବୃଦ୍ଧି କରାଯାଇଛି। ବରିଷ୍ଠ ନାଗରିକଙ୍କ ଯୋଜନାରେ ସୁଧ ପ୍ରତି ୩ ମାସରେ ଥରେ ମିଳିଥାଏ।

କିନ୍ତୁ, ସେଭିଙ୍ଗ୍‌ ଆକାଉଣ୍ଟ୍‌ ଜମା ଉପରେ ସୁଧ ପୂର୍ବବତ ବାର୍ଷିକ ୪%ରେ ହିଁ ରହିଛି।

ପବ୍ଲିକ୍‌ ପ୍ରୋଭିଡେଣ୍ଟ୍‌ ଫଣ୍ଟ୍‌ (ପିପିଏଫ୍‌) ଏବଂ ନେସ୍‌ନାଲ୍‌ ସେଭିଙ୍ଗ୍‌ ସାର୍ଟିଫିକେଟ୍‌ (ଏନ୍‌ଏସ୍‌ସି) ପାଇଁ ଏବେ ବାର୍ଷିକ ୮% ସୁଧ ଦିଆଯିବ। କିଷାନ ବିକାଶ ପତ୍ର ପାଇଁ ବର୍ଷକୁ ୭. ୭% ସୁଧ ମିଳିବ ଏବଂ ୧୧୮ ମାସ ପରିବର୍ତ୍ତେ ୧୧୨ ମାସରେ ପରିପକ୍ୱ ହେବ।

ବାଳିକାଙ୍କ ସଂଚୟ ଯୋଜନା ସୁକନ୍ୟା ସମୃଦ୍ଧି ଆକାଉଣ୍ଟ୍‌ରେ ୮. ୫% ସୁଧ ଏବଂ ଏବର ମୂଲ୍ୟ ଠାରୁ ୦. ୪% ଅଧିକ ସୁଧ ମିଳିବ।

ସମ୍ବନ୍ଧିତ ଖବର