ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାର, ଏଲ୍‌ଆଇସିର ଅଂଶଧନ ସମ୍ପୂର୍ଣ୍ଣ ବିକ୍ରି ହେବ

ନୂଆଦିଲ୍ଲୀ : ଆଇଡିବିଆଇ ବ୍ୟାଙ୍କରେ କେନ୍ଦ୍ର ସରକାର ଓ ଭାରତୀୟ ଜୀବନ ବୀମା ନିଗମ (ଏଲ୍‌୍ଆଇସି)ର ଥିବା ସମସ୍ତ ଅଂଶଧନ ବିକ୍ରି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏନେଇ ସେବିର ଯେଉଁ ନିିୟମ ରହିଛି ତାହାକୁ ପାଳନ କରାଯିବ। ଓପନ୍ ଅଫର୍‌ ଜରିଆରେ ଆଇଡିବିଆଇରେ ଥିବା ଅଂଶଧନକୁ ବିକ୍ରି କରିବା ଲାଗି ଦିପମ୍ ବିଭାଗ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଦରକାର ପଡ଼ିଲେ ବ୍ୟାଙ୍କର ପରିଚାଳନା ନିୟନ୍ତ୍ରଣ ମଧ୍ୟ ହସ୍ତାନ୍ତର କରାଯିବ। ଅାଇଡିବିଆଇ ବ୍ୟାଙ୍କର ୯୫% ଅଂଶଧନ କେନ୍ଦ୍ର ସରକାର ଓ ଏଲ୍‌ଆଇସି ପାଖରେ ରହିଛି। ସେଥିରୁ ଏଲ୍‌ଆଇସି ପାଖରେ ୪୯.୨% ଓ ସରକାରଙ୍କ ପାଖରେ ୪୫.୫ ପ୍ରତିଶତ ଅଂଶଧନ ରହିଛି। ସରକାରଙ୍କ ଅଂଶଧନ କମ୍ ଥିବାରୁ ଆଇଡିବିଆଇ ବ୍ୟାଙ୍କକୁ ଘରୋଇ କ୍ଷେତ୍ର ବ୍ୟାଙ୍କ ଭାବେ ବିଚାର କରାଯାଉଛି।

ସମ୍ବନ୍ଧିତ ଖବର