ଖୁସି ଖବର ! ପାଖରେ ଗାଡ଼ି କାଗଜ ପତ୍ର ନ ଥିଲେ ବି କଟିବ ନାହିଁ ଚାଲାଣ; ସରକାର ଜାରି କଲେ ନୂଆ ସର୍କୁଲାର

ନୂଆଦିଲ୍ଲୀ : ସମଗ୍ର ଦେଶରେ ଏବେ ନୂଆ ମୋଟରଯାନ ଆଇନ ଚର୍ଚ୍ଚାରେ ରହିଛି। ସେପ୍ଟେମ୍ବର ୧ରୁ କେତେକ ରାଜ୍ୟଙ୍କୁ ଛାଡ଼ି ଦେଶର ଅଧିକାଂଶ ରାଜ୍ୟରେ ଏହି ନୂଆ ନିୟମ ଲାଗୁ କରି ଦିଆଯାଇଛି। ଏହି ନୂଆ ଟ୍ରାଫିକ୍‌ ନିୟମ ଉଲଂଘନ କଲେ ମୋଟା ଅଙ୍କର ଜରିମାନା ଆଦାୟ ହେଉଛି। ଚାଲାଣ ଆଧାରରେ ଜରିମାନା ରାଶିକୁ ୧୦ଗୁଣା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏପରି ସମୟରେ ଗାଡ଼ି ଚାଳକଙ୍କ ପାଇଁ ଏକ ଖୁସି ଖବର ସରକାର ଘୋଷଣା କରିଛନ୍ତି।

ସରକାର ନୂଆ ମୋଟରଯାନ ଆଇନକୁ ନେଇ ଏକ ନୂଆ ସର୍କୁଲାର ଜାରି କରିଛନ୍ତି। ଏହି ନୂଆ ସର୍କୁଲାର ଅନୁଯାୟୀ, ଆପଣଙ୍କ ପାଖରେ ଯଦି ଗାଡ଼ିର ସମସ୍ତ କାଗଜପତ୍ର ଓ ଡକ୍ୟୁମେଣ୍ଟ ମୋବାଇଲ୍‌ ଆପ୍‌ mparivhan (ଏମ୍ ପରିବହନ) ତଥା ଡିଜିଲକରରେ ରହିଛି । କିନ୍ତୁ ମୋବାଇଲ ଫୋନ୍‌ ଆପଣଙ୍କ ପାଖରେ ନାହିଁ। ତେବେ ଟ୍ରାଫିକ୍‌ ପୁଲିସ ଆପଣଙ୍କ ଚାଲାଣ କାଟି ପାରିବ ନାହିଁ।

ସଡ଼କ ପରିବହନ ମନ୍ତ୍ରାଳୟର ତାଜା ସର୍କୁଲାର ମୁତାବକ, ଚାଳକଙ୍କ ପାଖରେ ମୋବାଇଳ ଫୋନ୍‌ ନ ଥିଲେ ଟ୍ରାଫିକ୍‌ ପୁଲିସ ନିଜର ଡିଭାଇସ୍‌ ତଥା ମୋବାଇଲ ଜରିଆରେ ଆପଣଙ୍କ ଗାଡ଼ି କାଗଜ mparivhan ତଥା ଡିଜିଲକର ଆପ୍‌ରେ ଯାଇ ଚେକ୍‌ କରି ପାରିବ । ଏଥିସହିତ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ କିମ୍ବା ଗାଡ଼ି ନମ୍ବର ଜରିଆରେ ପୁଲିସ ଆପଣଙ୍କ ଗାଡ଼ିର ଡକ୍ୟୁମେଣ୍ଟ ତନଖି ପାରିବ।

ସମ୍ବନ୍ଧିତ ଖବର