ଆଇଡିବିଆଇ ବ୍ୟାଙ୍କର ୬୦.୭୨% ଅଂଶଧନ ବିକିବେ ସରକାର, ଏଲ୍‌ଆଇସି

ନୂଆଦିଲ୍ଲୀ : ଆଇଡିବିଆଇ ବ୍ୟାଙ୍କର ଘରୋଇକରଣ ପାଇଁ ସରକାର ଆଜି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏମାନେ ମୋଟ ୬୦.୭୨ ପ୍ରତିଶତ ଅଂଶଧନ ବିକ୍ରି କରିବେ। ଇଓଆଇ ବା ଏକ୍ସପ୍ରେସେନ ଅଫ୍ ଇଣ୍ଟ୍ରେଷ୍ଟ ଦାଖଲର ଶେଷ ତାରିଖ ଡିସେମ୍ବର ୧୬ ରଖାଯାଇଛି। ବର୍ତ୍ତମାନ ଏହି ବ୍ୟାଙ୍କରେ ଏଲଆଇସିର ୪୯.୨୪ ପ୍ରତିଶତ ଏବଂ ସରକାରଙ୍କର ୪୫.୪୮ ପ୍ରତିଶତ ଅଂଶଧନ ରହିଛି। ଏଥିରୁ ଏଲଆଇସି ୩୦.୨୪ ପ୍ରତିଶତ ଏବଂ ସରକାର ୩୦.୪୮ ପ୍ରତିଶତ ଅଂଶଧନ ବିକ୍ରି କରିବେ। ଅର୍ଥାତ ଉଭୟ ସରକାର ଏବଂ ଏଲଆଇସି ୬୦.୭୨ ପ୍ରତିଶତ ଅଂଶଧନ ବିକିବେ। ବ୍ୟାଙ୍କର ବର୍ତ୍ତମାନ ସେୟାର ମୂଲ୍ୟରେ ୬୦.୭୨ ପ୍ରତିଶତ ଅଂଶଧନର ମୂଲ୍ୟ ୨୭୮୦୦ କୋଟି ଟଙ୍କାରୁ ଅଧିକ ହେବ।

ସମ୍ବନ୍ଧିତ ଖବର