୫ଜି ପରୀକ୍ଷଣ ପାଇଁ ସରକାରଙ୍କ ଅନୁମତି

ନୂଆଦିଲ୍ଲୀ: ଦେଶରେ ୫ଜି ମୋବାଇଲ୍‌ ପ୍ରଯୁକ୍ତିର ପରୀକ୍ଷଣ ଲାଗି କେନ୍ଦ୍ର ସରକାର ଭାରତୀ ଏୟାରଟେଲ୍‌, ରିଲାଏନ୍ସ ଜିଓ, ଭୋଡାଫୋନ୍ ଆଇଡିଆ ଓ ଏମ୍‌ଟିଏନ୍‌ଏଲ୍‌କୁ ଅନୁମତି ଦେଇଛନ୍ତି। ଏହି କଂପାନିଗୁଡ଼ିକୁ ‌ଏରିକ୍‌ସନ୍, ନୋକିଆ, ସାମସଙ୍ଗ୍‌ ଓ ସି-ଡଟ୍‌ ଭଳି କଂପାନି ସହ ସହଯୋଗିତା ସ୍ଥାପନ କରି ୫ଜି ସେବାର ପରୀକ୍ଷଣ କରିବେ। ଜିଓ ନିଜସ୍ବ ପ୍ରଯୁକ୍ତିରେ ପରୀକ୍ଷଣ କରିବ। ଛଅ ମାସ ପାଇଁ ପରୀକ୍ଷଣର ଅନୁମତି ଦିଆଯାଇଛି। ସେଥିରୁ ଦୁଇ ମାସ ଉପକରଣ ମଗାଇବା ଓ ସ୍ଥାପନ କରିବା ଲାଗି ଦିଆଯାଇଛି। ଆଇଆଇଟି ମାଡ୍ରାସ ଓ ଆଇଆଇଟି ହାଇଦ୍ରାବାଦ ବିକଶିତ କରିଥିବା ୫ଜିଆଇ ପ୍ରଯୁକ୍ତିର ମଧ୍ୟ ପରୀକ୍ଷଣ କରିବା ଲାଗି କଂପାନିଗୁଡ଼ିକୁ କୁହାଯାଇଛି। ଟେଲି ମେଡିସିନ୍, ଟେଲି ଶିକ୍ଷା, ଅଗମେଣ୍ଟେଡ୍‌ ରିଅଲିଟି, ଭର୍ଚୁଆଲ୍‌ ରିଅଲିଟି, ଡ୍ରୋନ୍ ଭିତ୍ତିକ କୃଷି କାର୍ଯ୍ୟ ତଦାରଖ ଏବଂ ୫ଜି ଫୋନ୍ ଓ ଉପକରଣ ଆଦିରେ ୫ଜି ପ୍ରଯୁକ୍ତିର ପରୀକ୍ଷଣ କରାଯିବ।

ସମ୍ବନ୍ଧିତ ଖବର