ନୂଆଦିଲ୍ଲୀ: ଡଲାର ତୁଳନାରେ ଟଙ୍କାର ସର୍ବକାଳୀନ ହ୍ରାସ ଓ କରେଣ୍ଟ ଆକାଉଣ୍ଟ ଡେଫିସିଟକୁ ମୁକାବିଲା କରିବା ଳାଗି ଅର୍ଥ ମନ୍ତ୍ରାଳୟ ଅକ୍ଟୋବର ୧୨ ତାରିଖ ଦିନ ୧୭ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବଢ଼ାଇଛି। ଗୁରୁବାର ରାତିରେ ଜାରି ଏକ ବିଜ୍ଞପ୍ତିରେ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।
୧୭ଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ୧୦ ପ୍ରତିଶତ ଥିବାବେଳେ ଏହାକୁ ୨୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ସ୍ମାର୍ଟ ଓ୍ଵାଚ୍ ଏବଂ ଟେଲିକମ୍ ଉପକରଣ ଏହି ୧୭ଟି ସାମଗ୍ରୀ ଭିତରେ ଅନ୍ତର୍ଭୁକ୍ତ ରହିଛି।
thewirecutter.comଏଥିସହ ଆଉ ଏକ ବିଜ୍ଞପ୍ତିରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଟେଲିକମ୍ ଉପକରଣ ପ୍ରସ୍ତୁତିରେ ବ୍ୟବହୃତ ବିଦେଶୀ ସାମଗ୍ରୀର ବ୍ୟବହାର ଉପରେ କଟକଣା ଲଗାଯାଇଛି । ଏସବୁ ସାମଗ୍ରୀ ଘରୋଇ ପ୍ରସ୍ତୁତକାରୀଙ୍କ ଠାରୁ ଖରିଦ୍ କରିବା ଉପରେ ମନ୍ତ୍ରାଳୟ ଗୁରୁତ୍ୱ ଦେଇଛି।
ଗତ ସେପ୍ଟେମ୍ବରରେ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏ ନେଇ ସୂଚନା ଦେଇଥିଲେ। ସେ କହିଥିଲେ ଯେ କରେଣ୍ଟ ଆକାଉଣ୍ଟ ଡେଫିସିଟ୍ କୁ ହ୍ରାସ କରିବା ଲାଗି କେତୋଟି ସାମଗ୍ରୀ ଉପରେ ଆମଦାନୀ ଶୁଳ୍କ ବୃଦ୍ଧି କରାଯିବ।
କେନ୍ଦ୍ର ସରକାରଙ୍କ ଏହି ପଦକ୍ଷେପ ଫଳରେ ଟେଲିକମ୍ ଉପକରଣର ମୂଲ୍ୟ ବୃଦ୍ଧି ଘଟିବ। ଏହା ଦ୍ୱାରା ଟେଲିକମ୍ କମ୍ପାନିମାନେ ମୋବାଇଲ୍ ଓ ଇଣ୍ଟରନେଟ୍ ସେବାର ଦର ବୃଦ୍ଧି କରିପାରନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/Smart-Watch-Telecom-Equipment_Thumbnail.jpg)