ନୂଆଦିଲ୍ଲୀ : କରୋନା ପରିପ୍ରେକ୍ଷୀରେ ସରକାର ଦେଶରେ ୨୦ ଲକ୍ଷ ‘ସୁରକ୍ଷା’ ଦୋକାନ ଖୋଲିବାକୁ ଯୋଜନା କରୁଛନ୍ତି। ଏହିସବୁ ଦୋକାନରେ ଲୋକମାନେ ଆବଶ୍ୟକ କରୁଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପଲବ୍ଧ ହେବ। ସାମାଜିକ ଦୂରତା ଏବଂ ସାନିଟାଇଜେନ ଭଳି ସ୍ବାସ୍ଥ୍ୟ ରକ୍ଷା ନିୟମକୁ ଏସବୁ ଦୋକାନରେ ପାଳନ କରାଯିବ। ଘରୋଇ କମ୍ପାନିଙ୍କ ସହଯୋଗରେ ସରକାର ଏସବୁ ଦୋକାନର ପରିଚାଳନା କରିବା ଯୋଜନା କରୁଛନ୍ତି ବୋଲି ଏକ ସୂତ୍ରରୁ ଜଣାଯାଇଛି। ମିଳିଥିବା ସୂଚନା ଅନୁଯାୟୀ ଖାଉଟି ବ୍ୟାପାର ମନ୍ତ୍ରାଳୟର ସଚିବ ପୱନ କୁମାର ଅଗ୍ରୱାଲ ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ପ୍ରମୁଖ ଏଫଏମ୍ସିଜି କମ୍ପାନି ଗୁଡ଼ିକ ସହିତ ଅତିକମ୍ରେ ଗୋଟିଏ ପର୍ଯ୍ୟାୟ ଆଲୋଚନା କରି ସାରିଛନ୍ତି। ସରକାର ଆସନ୍ତା ୪୫ ଦିନ ମଧ୍ୟରେ ଏହି ୨୦ ଲକ୍ଷ ସୁରକ୍ଷା ଷ୍ଟୋର ଖୋଲିବାକୁ ଯୋଜନା ରଖିଛନ୍ତି। ପ୍ରତ୍ୟେକ ଏଫଏମ୍ସିଜି କମ୍ପାନିକୁ ଗୋଟିଏ କିମ୍ବା ଦୁଇଟି ରାଜ୍ୟର ସୁରକ୍ଷା ଷ୍ଟୋର ପରିଚାଳନା ପାଇଁ ଦାୟିତ୍ବ ଦେବାକୁ ସରକାର ଲକ୍ଷ୍ୟ ରଖିଛନ୍ତି।
ଦେଶରେ ଖୋଲିବ ୨୦ ଲକ୍ଷ ‘ସୁରକ୍ଷା’ ଦୋକାନ!
/sambad/media/post_attachments/wp-content/uploads/2020/04/shop-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)