ଏଡ୍‌ଟେକ୍‌ ସଂସ୍ଥାଙ୍କୁ ସରକାରଙ୍କ ତାଗିଦ

ଭୁବନେଶ୍ବର : ବିଭ୍ରାନ୍ତୀକର ବିଜ୍ଞାପନ ଦେଉଥିବା ଏଡ୍‌ଟେକ୍‌ କଂପାନିଗୁଡ଼ିକୁ ସରକାର ତାଗିଦ କରିଛନ୍ତି। ନିଜେ ସୁଧୁରିବାକୁ ଉଦ୍ୟମ ନକଲେ ଆମେ କଠୋର ପଦକ୍ଷେପ ଗ୍ରହଣ କରିବା ଲାଗି ବାଧ୍ୟ ହେବୁ ବୋଲି ସରକାର କହିଛନ୍ତି। ଏଡ୍‌ଟେକ୍ କଂପାନିଗୁଡ଼ିକର ପ୍ରତିନିଧିମାନଙ୍କ ସହ ଆଲୋଚନା ବେଳେ ଉପଭୋକ୍ତା ବ୍ୟାପାର ସଚିବ ରୋହିତ କୁମାର ସିଂହ ଏଭଳି ତାଗିଦ୍ କରିଛନ୍ତି।

ଅସଙ୍ଗତ ବ୍ୟବସାୟ ପ୍ରଥା ଅନୁସାରେ ଏଡ୍‌ଟେକ୍ କଂପାନିଗୁଡ଼ିକ କାର୍ଯ୍ୟ କରୁଥିବା ଅଭିଯୋଗ ରହିଛି। କେବଳ ସେତିକି ନୁହେଁ, ସେମାନେ ଯେଉଁ ବିଜ୍ଞାପନ ପ୍ରଚାର କରୁଛନ୍ତି ସେଥିରେ କରାଯାଉଥିବା ବହୁ ଦାବି ବାସ୍ତବରେ ପୂରଣ ହୋଇପାରିବ ନାହିଁ ବୋଲି ଜଣାପଡ଼ିଛି। ବିଜ୍ଞାପନକୁ ନେଇ ଯେଉଁ କୋଡ୍‌ ରହିଛି ତାହାକୁ ଉଲ୍ଲଂଘନ କରୁଥିବା ବର୍ଗର ଶୀର୍ଷରେ ରହିଛି ଶିକ୍ଷା କ୍ଷେତ୍ର ବୋଲି ସଚିବ ଶ୍ରୀ ସିଂହ କଂପାନିଗୁଡ଼ିକୁ ମନେ ପକାଇ ଦେଇଛନ୍ତି। ନିଜ ପାଇଁ ସ୍ବ-ନିୟନ୍ତ୍ରଣ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରିବାକୁ ସେ ଏଡ୍‌ଟେକ୍‌ ଶିଳ୍ପର ପ୍ରତିନିଧିମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର