ସରକାରଙ୍କ ବିଏସ୍‌ୟୁ ବ୍ୟାଙ୍କ୍‌ ପ୍ୟାକେଜ୍‌ ଯୋଗୁଁ ସେନ୍‌ସେକ୍ସ୍‍ ଓ ନିଫ୍‌ଟିର ଐତିହାସିକ ବୃଦ୍ଧି

ନୂଆଦିଲ୍ଲୀ: ପବ୍ଲିକ୍‌ ସେକ୍ଟର୍‌ ଅଣ୍ଡର୍‌ଟେକିଙ୍ଗ୍‌ ବ୍ୟାଙ୍କ୍‌ଗୁଡ଼ିକର ରିକ୍ୟାପିଟାଲାଇଜେସନ୍‌ ନିମନ୍ତେ ସରକାର ୨. ୧୧ ଲକ୍ଷ କୋଟି ଟଙ୍କା ବରାଦ କରିଥିବା ଜଣା ପଡ଼ିବା ପରେ ବୁଧବାର ଦିନ ଇକ୍ୟୁଟି ମାର୍କେଟ୍‌ରେ ଉଭୟ ସେନ୍‌ସେକ୍‌ସ୍‌ ଏବଂ ନିଫ୍‌ଟି ଐତିହାସିକ ୧୦, ୩୪୦. ୫୫ ମାର୍କ ଛୁଇଁଛି।

୩୦-ସେୟାର୍‌ ସେନ୍‌ସେକ୍ସ୍‍ ୫୦୯. ୯୯ ପଏଣ୍ଟ୍‌ ଅଥବା ୧. ୫୬%କୁ ବୃଦ୍ଧି ପାଇ ସର୍ବକାଳୀନ ରେକର୍ଡ ୩୩, ୧୧୭. ୩୩ରେ ପହଞ୍ଚିଛି। ଫଳତଃ, ଅକ୍ଟୋବର ୧୭ ତାରିଖରେ ହୋଇଥିବା ଇଣ୍ଟ୍ରା-ଡେ’ର ରେକର୍ଡ ଭାଙ୍ଗି ୩୨, ୬୯୯. ୮୬ ଭାଙ୍ଗିଛି।

ଗତ ଥରର ସିଧାସଳଖ ଦୁଇଟି ସେସନ୍‌ରେ ଏହା ୨୨୪. ୪୧ ପ୍ରାପ୍ତ ହୋଇଥିଲା।

ଏସ୍‌ବିଆଇ ୧୯. ୪୭% ବୃଦ୍ଧି ପାଇଥିବାବେଳେ ଆଇସିଆଇସିଆଇ ବ୍ୟାଙ୍କ ଏବଂ ଏକ୍ସିସ୍‌ ବ୍ୟାଙ୍କ୍‌ ଆଦ୍ୟ ବ୍ୟବସାୟରେ ୮%କୁ ବୃଦ୍ଧି ପାଇଛନ୍ତି।

ବ୍ୟାଙ୍କ୍‌, ପିଏସ୍‌ୟୁ, କ୍ୟାପିଟାଲ୍‌ ଗୁଡ୍‌ସ୍‌ ଏବଂ ଇନ୍‌ଫ୍ରାଷ୍ଟ୍ରକ୍‌ଚର୍‌ ଆଦି ଦ୍ୱାରା ଚାଳିତ ସବୁ ସେକ୍ଟର୍‌ର ସୂଚକାଙ୍କ ୬. ୨୭% ବୃଦ୍ଧି ପାଇଥିବା ଜଣାପଡ଼ିଛି।

୧୩୨. ୮୫ ପଏଣ୍ଟ୍‌ ବଢ଼ିବା ପରେ ୧୦, ୩୪୦. ୫୫ରେ ପହଞ୍ଚି ୫୦-ସେୟାର୍‌ ସମ୍ବଳିତ ନିଫ୍‌ଟି ମଧ୍ୟ ଐତିହାସ ସୃଷ୍ଟି କରିଛି।

ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ମଙ୍ଗଳବାର ଦିନ ୬. ୯୨ ଲକ୍ଷ କୋଟିର ଭିତ୍ତିଭୂମି ବ୍ୟୟ ଏବଂ ଆଉ ୨. ୧୧ ଲକ୍ଷ କୋଟି ଟଙ୍କା ବ୍ୟାଙ୍କ୍‌ ରିକ୍ୟାପିଟାଲାଇଜେସନ୍‌ ବାବଦରେ ବିନିଯୋଗ କରାଯିବ ବୋଲି ଘୋଷଣା କରିବା ପରେ ସେୟାର୍‌ ବଜାରରେ ଏଭଳି ବୃଦ୍ଧି ଦେଖା ଦେଇଛି।

ସମ୍ବନ୍ଧିତ ଖବର