ଭୁବନେଶ୍ୱର : ସମଗ୍ର ଦୃଶ୍ୟମାନ ଜଗତ ପାଞ୍ଚ ତତ୍ତ୍ୱରେ ନିର୍ମିତ। ଏହି ପାଞ୍ଚ ମୌଳିକ ତତ୍ତ୍ୱର ପ୍ରଦୂଷଣ ହିଁ ବିପତ୍ତିର କାରଣ। ପୃଥିବୀରେ କୌଣସି ଦ୍ରବ୍ୟ ଅଦରକାରୀ ନୁହୋଁ ଏହାର ସଫଳ ଉପଯୋଗ କରାଯାଇପାରିବା ଏଣୁ
ପରିବେଶ ଅନୁକୂଳ ନିର୍ମାଣ ଓ କ୍ରିୟାକଳାପକୁ ପ୍ରାଥମିକତା ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆହ୍ୱାନ ଦେଇଛନ୍ତି।
ଆଜି ରାଜଭବନରେ ଆୟୋଜିତ ଅଟଳ ଇନକୁବେସନ୍ ସେଣ୍ଟର-ନାଳନ୍ଦା ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ଫାଉଣ୍ଡେସନର ପଞ୍ଚମ ଷ୍ଟାର୍ଟଅପ୍ ଲଞ୍ଚପ୍ୟାଡରେ ‘ଗ୍ରିନୋଭେସନ୍ସ'ର ଗ୍ରିନୋପି ପ୍ରୟାସକୁ
ଉଦଘାଟନ କରି ରାଜ୍ୟପାଳ ପ୍ରଫେସର ଲାଲ କହିଲେ ଯେ ଆମ ପରମ୍ପରାରେ ଅଧିକାରକୁ ସଂଜ୍ଞାୟିତ କରାଯାଇନି। କେବଳ କର୍ତ୍ତବ୍ୟର ଅବତାରଣା କରାଯାଇଛିା କର୍ତ୍ତବ୍ୟ ସୁଚାରୁ ରୂପେ ପାଳନ କଲେ ଅଧିକାର
ଆପେ ଆପେ ମିଳିଯାଏା ପ୍ରକୃତିର ନିୟମ ପାଳନରେ ହିଁ ଅଛି ପ୍ରକୃତିର ସୁରକ୍ଷା ଏବଂ ଏହା ଜୀବନଶୈଳୀର ଅଙ୍ଗ ହେବା ଦରକାର ବୋଲି ରାଜ୍ୟପାଳ ମତ ପ୍ରକାଶ କରିଛନ୍ତିା
ଏହି ଅବସରରେ ଆଜାଦି କା ଅମୃତ ମହୋତ୍ସବ ପାଳନ ଅନ୍ତର୍ଗତ ୭୫ ଲକ୍ଷ ଚାରାଯୋଗ୍ୟ ପତାକା ଅଭିଯାନକୁ ରାଜ୍ୟପାଳ ଉଦଘାଟନ କରିଥିଲ। ଅଟଳ ଇନକ୍ୟୁବେସନ୍ ସେଣ୍ଟର-ନାଳନ୍ଦାର ମହାନିର୍ଦ୍ଦେଶକ ଡ. ତପନ କୁମାର ଚାନ୍ଦ ଓଡ଼ିଶାରେ ନବଉଦ୍ୟୋଗର ସ୍ଥିତି ସଂପର୍କରେ ସୂଚନା ଦେଇଥିଲ। "ଗ୍ରିନୋଭେସନ୍ସ'ର ପ୍ରତିଷ୍ଠାତା ଅଜିତ ଷଡଙ୍ଗୀ, ଅଟଳ ଇନକ୍ୟୁବେସନ୍ ସେଣ୍ଟରର ମୁଖ୍ୟ ନିର୍ବାହୀ ଦେବଜ୍ୟୋତି ମହାନ୍ତି, ଦୁର୍ଗାପ୍ରସାଦ ଗୌଡ଼, ଚିଦାତ୍ମିକା ଖଟୁଆ ପ୍ରମୁଖ ବକ୍ତବ୍ୟ ରଖିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/Green-Volutions.jpg)