ନୂଆଦିଲ୍ଲୀ: ଦେଶରେ ଜିଏସଟି ଆଦାୟ ରାଶି ବୃଦ୍ଧି କରିବା ପାଇଁ ସରକାର ବିଦେଶୀ ତରିକା ଆପଣାଇବେ। ବ୍ରିଟେନ,ଅଷ୍ଟ୍ରେଲିଆ ଓ ମେକ୍ସିକୋ ଭଳି ଦେଶରେ ସରକାର ଯେଉଁ ପନ୍ଥା ଆପଣାଇଛନ୍ତି ଭାରତରେ ମଧ୍ୟ ସରକାର ସେ ପ୍ରକାର ପନ୍ଥା ଗ୍ରହଣ କରିବେ ବୋଲି ଯୋଜନା ଚଳାଇଛନ୍ତି। ଟିକସ ଚୋରିକୁ ରୋକିବା ପାଇଁ ଆଇନର ଡର ଡରାଇବା ସହିତ ଉପରୋକ୍ତ ଭିନ୍ନ ପନ୍ଥାକୁ ମଧ୍ୟ ଗ୍ରହଣ କରିବେ ବୋଲି କୁହାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ବ୍ରିଟେନ ଓ ଅଷ୍ଟ୍ରେଲିଆ ଆଦି ଦେଶରେ ସରକାର ଜିଏସଟି ଆଦାୟ ରାଶି ବୃଦ୍ଧି କରିବା ଲାଗି ଟିକସଦାତାଙ୍କ ବ୍ୟବହାରରେ ସୁଧାର ଆଣିବା ନିମନ୍ତେ ପ୍ରୟାସ କରିଥାନ୍ତି। ଜଣେ ବରିଷ୍ଠ ସରକାରୀ ଅଧିକାରୀଙ୍କ କହିବାନୁଯାୟୀ, କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡ (ସିବିଆଇସି) ଟିକସଦାତାଙ୍କ ବ୍ୟବହାର ଅନୁଧ୍ୟାନ କରିବା ଲାଗି ଏକ ଟିମ୍ ଗଠନ କରିଛି। ସିବିଆଇସି ଭିନ୍ନ ଭିନ୍ନ ଟିକସଦାତାଙ୍କ ପାଇଁ ଭିନ୍ନ ଭିନ୍ନ ତରିକା ଆପଣାଇବା ସମ୍ଭାବନା ରହିଛି। ଟିକସଦାତାଙ୍କ ବ୍ୟବହାର ପଦ୍ଧିତକୁ ଦେଖି ସେମାନଙ୍କୁ ୪ଟି ବର୍ଗରେ ସିବିଆଇସି ବିଭକ୍ତ କରିବାକୁ ସ୍ଥିର କରିଛି। ସେହି ଗ୍ରୁପ୍ ଗୁଡ଼ିକ ହେଲା ଟିକସ ପ୍ରଦାନରୁ ରକ୍ଷା ପାଇବା ପାଇଁ ଉଦ୍ୟମ କରୁଥିବା ବର୍ଗ, ଆଶଙ୍କାଗ୍ରସ୍ତ ଟିକସଦାତା ଯେଉଁମାନେ ସେମାନଙ୍କ ଚିନ୍ତା ଦୂର ହେବା ପରେ ଟିକସ ଦେବାକୁ ଆଗଭର ବର୍ଗ, ଟିକସ ପଇଠ କରିବାରେ ସମସ୍ୟାର ସମ୍ମୁଖୀନ ହେଉଥିବା ବ୍ୟକ୍ତି ଏବଂ ଟିକସ ଦେବାକୁ ସମର୍ଥନ କରୁଥିବା ବର୍ଗ। ଏମାନଙ୍କୁ ଯଥାକ୍ରମେ ଡିସଏନଗେଜ୍ଡ୍, ରେଜିଷ୍ଟର୍ସ, ଟ୍ରାୟର୍ସ ଏବଂ ସପୋଟର୍ସ ଭାବେ ବିଭକ୍ତ କରାଯିବ।
ଜିଏସ୍ଟି ଆଦାୟ ବଢ଼ାଇବା ପାଇଁ ବିଦେଶୀ ଢାଞ୍ଚା ଆପଣାଇବେ ସରକାର
/sambad/media/post_attachments/wp-content/uploads/2018/10/GST-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)