ସରକାର ମୋର ୧୪ ହଜାର କୋଟି ସମ୍ପତ୍ତି ଜବତ କରି ସାରିଛନ୍ତି: ମାଲ୍ୟା

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ଗୁଡ଼ିକର ପ୍ରାୟ ୯୦୦୦ କୋଟି ଟଙ୍କାରୁ ଅଧିକ ଋଣ ପରିଶୋଧ ନକରି ବିଦେଶ ପଳାଇଥିବା ମଦ ବ୍ୟବସାୟୀ ବିଜୟ ମାଲ୍ୟା ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଭାରତ ସରକାରଙ୍କ ଦୃଢ଼ କାର୍ଯ୍ୟାନୁଷ୍ଠାନକୁ ସେ ବିରୋଧ କରିଛନ୍ତି। ମାଲ୍ୟା କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ସାକ୍ଷାତକାରରେ ନିଜେ ମୋ ନାମ ନେଇ କହିଥିଲେ ବ୍ୟାଙ୍କ ଗୁଡ଼ିକର ୯ ହଜାର କୋଟି ଟଙ୍କାର ଋଣ ମୋ ଉପରେ ରହିଛି, ଯେତେବେଳେ ସରକାର ତାଙ୍କର ୧୪ ହଜାର କୋଟି ଟଙ୍କା ଜବତ କରି ସାରିଛନ୍ତି। ଦେଶର ସବୁଠୁ ବଡ଼ ଅଧିକାରୀ ଯେତେବେ‌ଳେ ପୂରା ଋଣ ଆଦାୟ ହୋଇସାରିଛି ବୋଲି ସ୍ବୀକାର କରିସାରିଛନ୍ତି, ସେତେବେଳେ ବିଜେପି ପ୍ରବକ୍ତା କାହିଁକି ମୋ ପଛରେ ପଡ଼ିଛନ୍ତି ବୋଲି ମାଲ୍ୟା ତାଙ୍କ ଟ୍ବିଟ୍‌ରେ କହିଛନ୍ତି। ଭାରତରେ ତାଙ୍କ ଛବିକୁ ପୋଷ୍ଟର ବୟ କରି ଦିଆଯାଇଛି। ପ୍ରଧାନମନ୍ତ୍ରୀ ନିଜେ ମୋ ଉପରେ ବ୍ୟାଙ୍କ ଗୁଡ଼ିକର ବାକିଥିବା ଅର୍ଥଠାରୁ ଅଧିକ ଅର୍ଥ ସରକାର ଆଦାୟ କରିସାରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନିଜେ କହିସାରିଛନ୍ତି। ବଡ଼ କଥା ହେଉଛି, ୧୯୯୨ରୁ ମୁଁ ବ୍ରିଟେନରେ ରହିଆସୁଛି। ଏହାକୁ ଅଣଦେଖା କରାଯାଉଛି। ମୋତେ ପଳାତକ କହିବା ବିଜେପି ପାଇଁ କେତେ ଯୁକ୍ତିଯୁକ୍ତ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର