ଗ୍ୟାସ ମାଧ୍ୟମରେ ଟ୍ରକ ପରିବହନ ପାଇଁ ସରକାରଙ୍କ ଯୋଜନା

ନୂଆଦିଲ୍ଲୀ : ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ଫଳରେ ଦେଶରେ ପରିବହନ ବ୍ୟବସ୍ଥା ମହଙ୍ଗା ହେଉଛି । ପରିବହନ ଭଡ଼ା ବଢାଇବାକୁ ଟ୍ରକମାଲିକ ସଂଘ ପକ୍ଷରୁ ବାରମ୍ବାର ଧର୍ମଘଟ ଡକରା ଦିଆଯାଉଛି । ଏଣେ ପରିବହନ ଦର ବଢାଇଲେ ଦରଦାମ ବଢିଯାଉଛି । ଏହାର ସମାଧାନ କରିବାକୁ ସରକାର ଏକ ଉପାୟ ଉପରେ ବିଚାର କରୁଛନ୍ତି । ତାହା ହେଉଛି ପ୍ରାକୃତିକ ଗ୍ୟାସ (ଏଲଏନଜି) ମାଧ୍ୟମରେ ଟ୍ରକ ପରିବହନ । ଏହାର ସୁବିଧା ହେଉଛି ଯେ ପ୍ରାକୃତିକ ଗ୍ୟାସ ଦର ଡିଜେଲ ଠାରୁ କମ । କାରଣ ପେଟ୍ରୋଲିୟମ ଦର ଅନ୍ତର୍ଜାତୀୟ ବଜାରରେ ନିର୍ଦ୍ଧାରିତ ହେଉଥିବାବେଳେ ଏଲଏନଜି ଦର ଦୁଇଟି ଦେଶ ( ରପ୍ତାନିକରୀ ଓ ଆମଦାନୀକାରୀ ) ଦେଶ ମିଳିତଭାବେ ନିର୍ଦ୍ଧାରଣ କରନ୍ତି । ଭାରତ ଏବେ ଋଷିଆ, ଇରାନ, ସାଉଦି ଆରବ, କାତାର ପ୍ରଭୃତି ଦେଶରୁ ଶସ୍ତାରେ ଗ୍ୟାସ ଆମଦାନୀ କରୁଛି । ସରକାରଙ୍କ ଏହି ଯୋଜନା ସଂପର୍କରେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସଂସଦରେ ସୂଚନା ଦେଇଛନ୍ତି । ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ଆଉ ଏକ ସୂଚନା ଅନୁସାରେ ଗତ ଏକ ବର୍ଷ ମଧ୍ୟରେ ରାଷ୍ଟ୍ରାୟତ ତେଲ କମ୍ପାନିମାନେ ପ୍ରାୟ ୧୨.୯୨ ଲକ୍ଷ ଟଙ୍କାର ବ୍ୟବସାୟ କରିଛନ୍ତି । ଏହା ମଧ୍ୟରୁ ପ୍ରାୟ ୬୮,୫୯୬ କୋଟି ଟଙ୍କାର ଲଭ କମାଇଛନ୍ତି ।

 

ସମ୍ବନ୍ଧିତ ଖବର