ଜାତୀୟ ପେନସନ ସ୍କିମ ପାଇଁ କେନ୍ଦ୍ର ସରକାରଙ୍କ ଅବଦାନ ୧୪%କୁ ବଢିବ

ନୂଆଦିଲ୍ଲୀ : ସରକାରୀ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ଏକ ବଡ଼ ଘୋଷଣା । ଜାତୀୟ ପେନସନ ସ୍କିମରେ କେନ୍ଦ୍ର ସରକାରଙ୍କ ଅବଦାନ ପରିମାଣ ମୂଳ ଦରମାର ୧୦ ପ୍ରତିଶତରୁ ୧୪ ପ୍ରତିଶତକୁ ବଢାଇବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଏଥିରେ କର୍ମଚାରୀଙ୍କ ଅବଦାନ ପରିମାଣ ପୂର୍ବବତ ୧୦ ପ୍ରତିଶତ ରହିଛି । ଏ ସଂପର୍କରେ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ କର୍ମଚାରୀମାନେ ଅବସର ନେଲାବେଳେ ଏହି ରାଶିର ୬୦ ପ୍ରତିଶତ ପର୍ଯ୍ୟନ୍ତ ଉଠାଇପାରିବେ ଓ ଏହା ଉପରେ ଟିକସ ଲାଗିବ ନାହିଁ  ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି । ତେବେ ଏହା କେବେଠାରୁ ଲାଗୁ ହେବ ସେ ସଂପର୍କରେ େଜେଟଲୀ କିଛି ସ୍ପଷ୍ଟ କରିନାହାନ୍ତି । ସେ କହିଛନ୍ତି ଯେ ଟିୟର-୨ ଏନପିଏସ ପାଇଁ କର୍ମଚାରୀଙ୍କ ସଂଚୟ ଉପରେ ଆୟକର ଧାରା ୮୦ଗ ଅନୁସାରେ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିଡକ୍ସନ ଲାଗୁ ହେବ ।

 

ସମ୍ବନ୍ଧିତ ଖବର