ସରକାର ଦେଉନାହାନ୍ତି ଏଲପିଜି ସବସୀଡି ଅର୍ଥ, କାରଣ ଜାଣନ୍ତୁ

ନୂଆଦିଲ୍ଲୀ : ଘରୋଇ ରନ୍ଧନ ଗ୍ୟାସ ବା ଏଲପିଜି ଉପରେ ଆଉ ସବସୀଡ଼ି ପ୍ରଦାନ କରୁନାହାନ୍ତି ଭାରତ ସରକାର । ଗତ କିଛି ମାସ ଧରି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସୁଥିବା ସବସୀଡ଼ି ପରିମାଣ ଦେଖିଲେ ତାହା ସ୍ପଷ୍ଟ ହୋଇଯାଇଛି । ଆଗାମୀ ଦିନରେ ସରକାର ଏହି ପ୍ରତ୍ୟକ୍ଷ ସବସୀଡ଼ି ପ୍ରେରଣକୁ ସମ୍ପୂର୍ଣ୍ଣ ଉଠାଇଦେବାର ସମ୍ଭାବନା ରହିଛି ।

ମୁଖ୍ୟତଃ ଦୁଇଟି କାରଣରୁ ଏଲପିଜି ସବସୀଡି ଉପଭୋକ୍ତାଙ୍କ ବ୍ୟାଙ୍କ ଖାତାକୁ ଆସୁନାହିଁ କିମ୍ବା ଅତି କମ ପରିମାଣରେ ଆସୁଛି । ପ୍ରଥମତଃ ବିଶ୍ୱ ବଜାରରେ ତେଲଦର ହ୍ରାସ ଓ ସବସୀଡିଯୁକ୍ତ ଏଲପିଜି ସିଲିଣ୍ଡରର ଦର ବୃଦ୍ଧି । ଏହା ଫଳରେ ସବସୀଡି ଓ ଅଣସବସୀଡି ଏଲପିଜି ସିଲିଣ୍ଡରର ଦର ପାଖାପାଖି ହୋଇଯାଇଛି । ଏହି କାରଣରୁ ସରକାର ଗତ ପ୍ରାୟ ୪ ମାସ ହେଲା ଉପଭୋକ୍ତାଙ୍କୁ ସବସୀଡ଼ି ଅର୍ଥ ପ୍ରଦାନ କରୁନାହାନ୍ତି ।
ଉପଭୋକ୍ତାଙ୍କ ଖାତାକୁ ସବସୀଡି ଅର୍ଥ ନ ଯିବା ଫଳରେ ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୦ ହଜାର କୋଟି ଟଙ୍କାର ସଂଚୟ କରିପାରିବେ । ଚଳିତ ଆର୍ଥକ ବର୍ଷ ପାଇଁ ସରକାର ୩୭୨୫୬ କୋଟି ଟଙ୍କାର ଏଲପିଜି ସବସୀଡି ବଜେଟ ରଖିଥିଲେ । କିନ୍ତୁ ପ୍ରଥମ ତିନିମାସରେ ସରକାର ଏହି ବଜେଟରୁ ମାତ୍ର ୧୯୦୦ କୋଟି ବ୍ୟୟ କରିଛନ୍ତି ।

ଏବେ ଦିଲ୍ଲୀରେ ସବସୀଡି ଓ ଅଣ-ସବସୀଡି ଏଲପିଜି ସିଲିଣ୍ଡରର ଦର ସମାନ ଅର୍ଥାତ ୫୯୪ ଟଙ୍କା ରହିଛି ।

ସମ୍ବନ୍ଧିତ ଖବର