ଆୟକର ରିଟର୍ଣ୍ଣ ଫାଇଲ୍ କରିବାର ଶେଷ ତାରିଖ ନଭେମ୍ବର ୩୦କୁ ବୃଦ୍ଧି

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ଲୋକମାନଙ୍କ ଆୟ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଫଳରେ ଆୟକର ରିଟର୍ଣ୍ଣ ଫାଇଲ କରିବା ବେଳେ ସେମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବର୍ଷ ୨୦୧୯-୨୦ ନିମନ୍ତେ ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଆସନ୍ତା ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରିଦେଇଛନ୍ତି।ପୂର୍ବରୁ ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖ ୩୦ ସେପ୍ଟେମ୍ବର ଥିଲା ।

କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ (ସିବିଡିଟି) ପକ୍ଷରୁ ଆଜି ଏ ନେଇ ଏକ ବିଜ୍ଞପ୍ତି ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ କରୋନା ମହାମାରୀଯୋଗୁଁ ଆୟକରଦାତାମାନେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଆୟକର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।

୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଆୟକର ରିଟର୍ଣ୍ଣ ଫାଇଲ କରିବାର ମୂଳ ଶେଷ ତାରିଖ ୩୧ ମାର୍ଚ୍ଚ ଥିଲା । କିନ୍ତୁ ଲକଡାଉନ ଘୋଷଣା ହେବା ପରେ ଏହାକୁ ପ୍ରଥମେ ଜୁନ ୩୦, ତା’ପରେ ଜୁଲାଇ ୩୧ ଓ ପରେ ସେପ୍ଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ।

ସଦ୍ୟତମ ଶେଷତାରିଖକୁ ଆହୁରି ବୃଦ୍ଧି କରିବାକୁ ସାରା ଦେଶରେ ଆୟକରଦାତାମାନେ ଦାବି କରିଆସୁଥିଲେ । ସିବିଡିଟି ପକ୍ଷରୁ ଏହାକୁ ଗ୍ରହଣ କରାଯାଇ ଅବଧି ୧ ମାସ ବୃଦ୍ଧି ପରେ ଦେଶର ଲକ୍ଷ ଲକ୍ଷ ଆୟକରଦାତା ଉପକୃତ ହେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର