ଭୁବନେଶ୍ବର: କରୋନା ମହାମାରୀ ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଗରିବ ଲୋକଙ୍କୁ ଆର୍ଥିକ ସହାୟତା ପ୍ରଦାନ ଘୋଷଣା କରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ବ୍ୟାଙ୍କ ଆକାଉଣ୍ଟ ଖୋଲିଥିବା ମହିଳା ହିତାଧିକାରୀମାନଙ୍କୁ ୩ଟି କିସ୍ତିରେ ମାସିକ ୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତମାସରେ ଅର୍ଥନୀତି ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ସମୟରେ ସୂଚନା ଦେଇଥିଲେ। ପ୍ରଥମ କିସ୍ତି ବାବାଦ ରାଶି ମହିଳା ହିତାଧିକାରୀମାନଙ୍କ ଖାତାରେ ଜମା କରାଯାଇ ସାରିଛି। ରାଜ୍ୟରେ ପ୍ରାୟ ୫୧ ଲକ୍ଷ ପ୍ରଧାନମନ୍ତ୍ରୀ ଜନଧନ ଜମା ଯୋଜନାର ହିତାଧିକାରୀ ରହିଥିବାବେଳେ ଏମାନଙ୍କ ମଧ୍ୟରୁ ପ୍ରାୟ ୩୯ ଲକ୍ଷ ହେଉଛନ୍ତି ମହିଳା ପ୍ରଧାନମନ୍ତ୍ରୀ ଜନଧନ ଜମାଖାତାର ହିତାଧିକାରୀ ବୋଲି ଜଣେ ବରିଷ୍ଠ ବ୍ୟାଙ୍କ ଅଧିକାରୀ ସୂଚନା ଦେଇଛନ୍ତି। ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଏସବୁ ହିତାଧିକାରୀମାନଙ୍କ ଖାତାକୁ ଟଙ୍କା ପଠାଯାଇ ସାରିଛି। ସେମାନଙ୍କୁ ଯେଉଁ ତାରିଖରେ ଟଙ୍କା ଉଠାଇବା ପାଇଁ ଯେଉଁ ଯୋଜନା ପ୍ରସ୍ତୁତ ହୋଇଥିଲା ସେହି ଯୋଜନା ଅନୁସାରେ ହିତାଧିକାରୀମାନଙ୍କୁ ଟଙ୍କା ଉଠାଇବା ସୁଯୋଗ ଦିଆଯାଇଛି। ସରକାରଙ୍କ ଘୋଷଣା ମୁତାବକ ଏହି ହିତାଧିକାରୀମାନେ ଆଉ ୨ଟି କିସ୍ତି ଅର୍ଥ ପାଇବେ। ପ୍ରଥମ କିସ୍ତି ବାବଦରେ ହିତାଧିକାରୀମାନଙ୍କ ଖାତାରେ ପ୍ରାୟ ୨୦୦ କୋଟି ଟଙ୍କା ଜମା ହୋଇଛି। ବ୍ୟାଙ୍କ ଅଧିକାରୀଙ୍କ କହିବାନୁଯାୟୀ, ଏହି ଯୋଜନାର ହିତାଧିକାରୀମାନଙ୍କ ମଧ୍ୟରୁ ପ୍ରାୟ ଅଧିକାଂଶ ଖାତା ନିଷ୍କ୍ରିୟ ହୋଇଯାଇଥିଲା। ଲୋକେ ସରକାରଙ୍କ ଠାରୁ କେବଳ ଅର୍ଥ ପାଇବେ ବୋଲି ଆଶାରେ ଉକ୍ତ ଖାତା ଖୋଲିଥିଲେ। ଟଙ୍କା ନେଣଦେଣ କରୁ ନଥିଲେ। ତେଣୁ ଅଧିକାଂଶ ଖାତାକୁ ପୁନଃ ସଚଳ ପାଇଁ କେୱାଇସି ଅପଡେଟ୍ କରିବାର ଆବଶ୍ୟକତା ରହିଥିଲା। କିନ୍ତୁ ରିଜର୍ଭ ବ୍ୟାଙ୍କ ୩ ମାସ ପାଇଁ ଏହି ନିୟମକୁ କୋହଳ କରିଦେଇଛନ୍ତି। ଜୁନ୍ ୩୦ ପର୍ଯ୍ୟନ୍ତ ଏହାକୁ କୋହଳ କରିବା ପାଇଁ ବ୍ୟାଙ୍କ ଗୁଡ଼ିକୁ କୁହାଯାଇଛି। ତେଣୁ ସବୁ ମହିଳା ହିତାଧିକାରୀଙ୍କ ଜନଧନ ଖାତାରେ ଟଙ୍କା ଜମା ହୋଇଛି।
୩୯ ଲକ୍ଷ ମହିଳା ଜନଧନ ହିତାଧିକାରୀଙ୍କୁ ମିଳିଲା ସହାୟତା
/sambad/media/post_attachments/wp-content/uploads/2018/08/jandhan.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)