ଲିଟର୍‌ ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ୩ଟଙ୍କା ଉତ୍ପାଦ ଶୁଳ୍କ ବଢ଼ାଇଲେ ସରକାର

ନୂଆଦିଲ୍ଲୀ: ଶନିବାର ଦିନ ସରକାର ଲିଟର୍‌ ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ୩ଟଙ୍କା ଉତ୍ପାଦ ଶୁଳ୍କ ବୃଦ୍ଧି କରିଛନ୍ତି। ଆନ୍ତର୍ଜାତିକ ବଜାରରେ ହ୍ରାସ ପାଇଥିବା ତୈଳ ଦରରୁ ଆର୍ଥିକ ଫାଇଦା ହାସଲ କରିବା ଲାଗି ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ପେଟ୍ରୋଲ୍‌ ଉପରେ ଉତ୍ପାଦ ଶୁଳ୍କ ଦୁଇ ଟଙ୍କା ବୃଦ୍ଧି କରାଯାଇ ଲିଟର ପିଛା ୮ଟଙ୍କା ରଖାଯାଇଛି। ସେମିତି ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ ୪ଟଙ୍କା ରଖାଯାଇଥିବା କଥା ଏକ ସରକାରୀ ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Image Source: India Today

ଏଥିସହ ଲିଟର୍‌ ପିଛା ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ରୋଡ୍‌ ସେସ୍‌ ୧ ଟଙ୍କା ବଢ଼ାଯାଇ ୧୦ଟଙ୍କା ରଖାଯାଇଛି।

ଉତ୍ପାଦ ଶୁଳ୍କ ବୃଦ୍ଧି ପାଇଲେ ତୈଳମୂଲ୍ୟ ବୃଦ୍ଧି ପାଇବା ସ୍ୱାଭାବିକ କଥା। କିନ୍ତୁ, ଆନ୍ତର୍ଜାତିକ ବଜାରରେ ତୈଳମୂଲ୍ୟ ହ୍ରାସ ପାଇଥିବା କାରଣରୁ ବର୍ଦ୍ଧିତ ଉତ୍ପାଦ ଶୁଳ୍କ ସେଥିରେ ଭରଣା ହୋଇଯିବ।

Image Source: Hindustan Times

ଏବେ ଦିଲ୍ଲୀରେ ପେଟ୍ରୋଲ୍‌ ଲିଟର୍‌ପିଛା ମୂଲ୍ୟ ଟ. ୬୯. ୮୭ ଥିବା ବେଳେ ଡିଜେଲ୍‌ ମୂଲ୍ୟ ଟ. ୬୨. ୫୮ ରହିଛି। ଜାନୁଆରି ମାସ ପର ଠାରୁ ପେଟ୍ରୋଲ୍‌ ଓ ଡିଜେଲ୍‌ ମୂଲ୍ୟ ୬ ଟଙ୍କାରୁ ଅଧିକ ହ୍ରାସ ପାଇଲାଣି।

ସମ୍ବନ୍ଧିତ ଖବର