ନୂଆଦିଲ୍ଲୀ : ଯେଉଁମାନେ ଡାକଘରେ ଟଙ୍କା ଜମା କରନ୍ତି ସେମାନଙ୍କୁ କେନ୍ଦ୍ର ସରକାର ନୂଆ ବର୍ଷ ଉପହାର ଦେଇଛନ୍ତି । ଡାକଘରେ ଟଙ୍କା ଜମା ଉପରେ ପୂର୍ବ ଅପେକ୍ଷା ଅଧିକ ସୁଧ ହାର ମିଳିବ । ଜାତୀୟ ସଂଚୟ ସାର୍ଟିଫିକେଟ (ଏନଏସସି) ଏବଂ ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା ସମେତ କ୍ଷୁଦ୍ର ସଞ୍ଚୟ ଜମା ଯୋଜନା ଉପରେ ମଧ୍ୟ ସରକାର ସୁଧ ହାର ବୃଦ୍ଧି କରିଛନ୍ତି । ଏହି ଯୋଜନାଗୁଡ଼ିକର ସୁଧ ହାର ବର୍ତ୍ତମାନ ୧.୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଏହି ବୃଦ୍ଧି ଜାନୁଆରୀ ୧ ରୁ କାର୍ଯ୍ୟକାରୀ ହେବ ।
ତେବେ ପବ୍ଲିକ୍ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍ ) ଏବଂ ବାଳିକା ସଞ୍ଚୟ ଯୋଜନା 'ସୁକନ୍ୟା ସମୃଦ୍ଧି'ର ସୁଧ ହାର ପରିବର୍ତ୍ତନ କରାଯାଇ ନାହିଁ ।
ଜାନୁଆରୀ ୧ ରୁ ଜାତୀୟ ସଞ୍ଚୟ ପ୍ରମାଣପତ୍ର (ଏନଏସସି) ୭ ପ୍ରତିଶତ ସୁଧ ମିଳିବ । ବର୍ତ୍ତମାନ ଏହା ୬.୮ ପ୍ରତିଶତ । ସେହିପରି ବରିଷ୍ଠ ନାଗରିକ ସଞ୍ଚୟ ଯୋଜନା କୁ ବର୍ତ୍ତମାନର ୭.୬ ପ୍ରତିଶତ ସୁଧ ବଦଳରେ ୮ ପ୍ରତିଶତ ସୁଧ ମିଳିବ ।
ଡାକଘର ସ୍ଥିର ଜମା ଯୋଜନା ଉପରେ ସୁଧ ହାର ଏକରୁ ପାଞ୍ଚ ବର୍ଷର ୧.୧ ପ୍ରତିଶତ କୁ ବୃଦ୍ଧି ପାଇବ । ବର୍ଷିକିଆ ଡାକଘର ଜମା ଉପରେ ୬.୫ ପ୍ରତିଶତ ଓ ୨ ବର୍ଷିଆ ଡାକଘର ଜମା ଉପରେ ୬.୮ ପ୍ରତିଶତ ସୁଧ ମିଳିବ ।
ମାସିକ ଆୟ ଯୋଜନାରେ ବି ୬.୭ ପ୍ରତିଶତ ପରିବର୍ତ୍ତେ, ୭.୧ ପ୍ରତିଶତ ସୁଧ ମିଳିବ ।