ଅର୍ଥନୀତି ପାଇଁ ଆଉ ଏକ ବଡ଼ ପ୍ୟାକେଜ ଘୋଷଣା ହୋଇପାରେ

ନୂଆଦିଲ୍ଲୀ : କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହା ଦ୍ୱାରା ଦେଶର ଅର୍ଥନୀତି ଗୁରୁତରଭାବେ କ୍ଷତିଗ୍ରସ୍ତ ହେଉଛି । ଏହା ଫଳରେ ଆଗାମୀ ଦିନରେ ଦେଶର ଏକ ବଡ଼ ଧରଣର ମାନ୍ଦାବସ୍ଥାର ସମ୍ମୁଖୀନ ହେବା ଆଶଙ୍କା ବଢିଯାଇଛି ।
ଏହାକୁ ଦୃଷ୍ଟିରେ ରଖ# ସରକାର ବିଭିନ୍ନ ପ୍ରକାରର ସହାୟତା ପ୍ୟାକେଜ ସଂପର୍କରେ ଚିନ୍ତା କରୁଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତା ଦୁଇଦିନ ମଧ୍ୟରେ ଆଉ ଏକ ଷ୍ଟିମୁଲସ ପ୍ୟାକେଜ ଘୋଷଣା କରିବାର ସମ୍ଭାବନା ରହିଛି । ଅର୍ଥନୀତିର ସହାୟତା କରିବା ପାଇଁ ସରକାର ୨ରୁ ୩ ଲକ୍ଷ କୋଟିର ଏକ ପ୍ୟାକେଜ ପ୍ରସ୍ତୁତ କରୁଛନ୍ତି ବୋଲି ଗଣମାଧ୍ୟମ ରିପୋର୍ଟରୁ ଜଣାପଡ଼ିଛି । ଏହି ପ୍ୟାକେଜ ମାଧ୍ୟମରେ ସରକାର ମାନୁଫାକଚରିଂ, ଏୟାରଲାଇନ୍ସ, କ୍ଷୁଦ୍ର ଓ ମଧ୍ୟ ଶିଳ୍ପ ସଂସ୍ଥାଗୁଡ଼ିକୁ ସହାୟତା କରାଯିବ ।

ଏହାପୂର୍ବରୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧ ଲକ୍ଷ ୭୦ ହଜାର କୋଟିର ସହାୟତା ପ୍ୟାକେଜ ଘୋଷଣା କରିଥ#ଲେ । ଏହା ସହିତ ରିଜର୍ଭ ବ୍ୟାଙ୍କ ସୁଧହାର ହ୍ରାସ କରିଥ#ଲା । ଏହା ସହିତ ୩ ମାସିଆ ସୁଧ କିସ୍ତି ସ୍ଥଗିତ ରହିବା ସଂପର୍କରେ ଘୋଷଣା କରାଯାଇଥ#ଲା ।

ସମ୍ବନ୍ଧିତ ଖବର