ଆଜି ଘୋଷଣା ହୋଇପାରେ ନୂଆ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ନାମ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣରଙ୍କ ନାଁ ଘୋଷଣା କରିବେ । ଏପରିକି ଆଜି ରାତି ସୁଦ୍ଧା ସରକାର କୌଣସି ଘୋଷଣା କରିପାରନ୍ତି ବୋଲି କେନ୍ଦ୍ର ଅର୍ଥ ସଚିବ ଏନସି ଝା କହିଛନ୍ତି ।

ଗତ କାଲି ଉର୍ଜିତ ପଟେଲ ଇସ୍ତଫା ଦେବା ପରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ପଦ ଖାଲି ଅଛି । ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିଲେ । ଆସନ୍ତା ବର୍ଷ ସେପ୍ଟେମ୍ବରରେ ତାଙ୍କ କାର୍ଯ୍ୟକାଳ ଶେଷ ହେବାର ଥିଲା । ସରକାର ଓ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଗତ କିଛିଦିନ ହେଲା ବିଭିନ୍ନ ବିଷୟକୁ ନେଇ ମତଭେଦ ରହିଆସିଥିଲା । ତେବେ ଗତ ମାସରେ ସେ ଇସ୍ତଫା ଖବରକୁ ଅସ୍ୱୀକାର କରିଥିଲେ । କିନ୍ତୁ ଆଜି ସେ ହଠାତ ନିଜ ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ବିବାଦର ଯେ ସମାଧାନ ହୋଇନାହିଁ ତାହା ସ୍ପଷ୍ଟ ହୋଇଯାଇଛି । ଆଉ ମାତ୍ର ଚାରି ଦିନ ପରେ ରିଜର୍ଭ ବ୍ୟାଙ୍କର ଗୁରୁତ୍ୱପୂର୍ଣ୍ଣ ବୋର୍ଡ ବୈଠକ ବସିବାକୁ ଥିବାବେଳେ ନୂଆ ଗଭର୍ଣ୍ଣର ଘୋଷଣାକୁ ନେଇ ସରକାର ଚାପରେ ଅଛନ୍ତି ।

ସମ୍ବନ୍ଧିତ ଖବର