ନୂଆଦିଲ୍ଲୀ: ଇନଫୋସିସ୍ ପାଇଁ ଏକ ଆଶ୍ବସ୍ତିଭରା ଖବର । କମ୍ପାନିକୁ ସରକାର ପଠାଇଥିବା ୩୩,୫୦୦ କୋଟି ଟଙ୍କାର ଜିଏସଟି ନୋଟିସ ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ଗତ ମାସରେ କମ୍ପାନିକୁ୪ବିଲିୟନଡଲାର (ପାଖାପାଖି୩୩,୫୦୦କୋଟିଟଙ୍କା)ରଜିଏସଟିନୋଟିସ୍ମିଳିଥିଲା।ଏହାକୁନେଇଆଇଟିଇଣ୍ଡଷ୍ଟ୍ରିରେବହୁତହଇଚଇସୃଷ୍ଟିହୋଇଥିଲା । ଏଥିସହିତଏଭଳିଟିକସଦାବିକୁମଧ୍ୟତୀବ୍ରସମାଲୋଚନାକରାଯାଇଥିଲା।ଏହିକାରଣରୁକେନ୍ଦ୍ରସରକାରଏବେଏହିବିଶାଳଜିଏସଟିନୋଟିସକୁପ୍ରତ୍ୟାହାରକରିବାକୁବିଚାରକରୁଛନ୍ତି। ଯଦି ସରକାର ଏପରି ନିଷ୍ପତ୍ତି ନିଅନ୍ତି ତାହା କମ୍ପାନି ପାଇଁ ଆଶ୍ବସ୍ତି ଆଣିଦେବ ।
ଏକ ନ୍ୟୁଜ ଏଜେନ୍ସି ରିପୋର୍ଟରେ ଦାବି କରାଯାଇଛି ଯେ ସରକାର ଏବେ ୨୦୧୭ ବର୍ଷ ପାଇଁ କରାଯାଇଥିବା ଏହି ଟିକସ ଦାବି ପ୍ରତ୍ୟାହାର କରିବାକୁ ବିଚାର କରୁଛନ୍ତି । ଗତ ମାସରେ ଇନଫୋସିସକୁ ଏହି ନୋଟିସ୍ ପଠାଯାଇଥିଲା। ରିପୋର୍ଟ ଅନୁଯାୟୀ, ଅର୍ଥ ମନ୍ତ୍ରଣାଳୟ ବିଶ୍ୱାସ କରୁଛି ଯେ ନିୟମ ଅନୁଯାୟୀ ଇନଫୋସିସକୁ ନୋଟିସ୍ ପଠାଯାଇଥିଲା। ତେବେ ଏହା ସେବା ରପ୍ତାନି ଉପରେ ଟିକସ ନ ଲଗାଇବା ନୀତିର ବିରୁଦ୍ଧାଚରଣ କରୁଛି। ତେବେ ଅର୍ଥ ମନ୍ତ୍ରଣାଳୟ କିମ୍ବା ଇନଫୋସିସ୍ ଏ ନେଇ କିଛି କହିବାକୁ ମନା କରିଦେଇଛନ୍ତି ।
,
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/post_attachments/wp-content/uploads/2018/01/infosys-300x147.png)