ନୂଆ ବ୍ୟବସାୟ ଆରମ୍ଭ କରିବା ସମୟ କମିବ, ଏକ ନୂଆ ଫର୍ମ ଜାରି କରିବାକୁ ଯାଉଛନ୍ତି ସରକାର

ନୁଆଦିଲ୍ଲୀ: ନୂଆ ବ୍ୟବସାୟ ଆରମ୍ଭ କରିବା ଲାଗି ଲାଗୁଥିବା ସମୟ ଆହୁରି କମିବ। ଇଜ୍ ଅଫ୍‌ ଡୁଇଙ୍ଗ୍‌ ବିଜନେସ୍ ରୢାଙ୍କିଙ୍ଗ୍‌ରେ ଉନ୍ନତି ଆଣିବା ଲାଗି ସରକାର ଏକ ନୂଆ ଫର୍ମ ଜାରି କରିବାକୁ ଯାଉଛନ୍ତି। ଏହି ଇଲେକ୍‌ଟ୍ରୋନିକ୍‌ ଫର୍ମ ଫେବ୍ରୁଆରି ୧୫ରୁ ଉପଲବ୍ଧ ହେବ। ଏଥିରେ ନୂଆ କଂପାନି ଲାଗି ଇପିଏଫ୍‌ଓ ଏବଂ ଇଏସ୍‌ଆଇସି ପଞ୍ଜୀକରଣ ନମ୍ବର ଏକ ସମୟରେ ଜାରି କରାଯିବ। କର୍ପୋରଟ୍ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନୂଆ ସ୍ପାଇସ୍‌ ପ୍ଲସ୍‌ ଫର୍ମ ଜାରି କରାଯିବ। ଏଥିରେ ୧୦ ପ୍ରକାର ସେବା ମିଳିବ। ଏହା ଦ୍ବାରା ନୂଆ କଂପାନି ଆରମ୍ଭ କରିବା ଲାଗି ଲାଗୁଥିବା ସମୟ କମ୍ ହୋଇପାରିବ ବୋଲି କୁହାଯାଉଛି। କେବଳ ସମୟ ନୁହେଁ ଖର୍ଚ୍ଚ ଭାର ମଧ୍ୟ କମିବ। ଶ୍ରମ ମନ୍ତ୍ରଣାଳୟ, ରାଜସ୍ବ ବିଭାଗ ଓ ମହାରାଷ୍ଟ୍ର ସରକାର ମଧ୍ୟ ଏହି ନୂଆ ଫର୍ମ ଜରିଆରେ କେତେକ ସେବା ପ୍ରଦାନ କରିବାକୁ ନି‌ଷ୍ପତ୍ତି ନେଇଛନ୍ତି। ଏହି ଫର୍ମ ଜରିଆରେ ନାମ ସଂରକ୍ଷଣ ଓ କଂପାନି ଆରମ୍ଭ କରିବା ସହିତ ଇପିଏଫ୍‌ଓ, ଇଏସ୍‌ଆଇସି ପଞ୍ଜୀକରଣ ନମ୍ବର, ପାନ୍, ଟାନ୍, ସେପାଦାର ଟିକସ ପଞ୍ଜୀକରଣ, କଂପାନି ନାମରେ ବ୍ୟାଙ୍କ ଖାତା ଖୋଲିବା କାର୍ଯ୍ୟ ଏକସଙ୍ଗେ ହୋଇପାରିବ। ଯଦି ଡିଆଇଏନ୍ ଓ ଜିଏସ୍‌ଟିଆଇଏନ୍ ପାଇଁ ଆବେଦନ କରାଯାଇଥିବ ତେବେ ତାହା ମଧ୍ୟ ସେହି ଏକ ସମୟରେ ପ୍ରଦାନ କରାଯିବ।

ସମ୍ବନ୍ଧିତ ଖବର