ଅଗରବତୀ ଆମଦାନୀ ଉପରେ କଟକଣା ଲଗାଇଲେ ସରକାର

ନୂଆଦିଲ୍ଲୀ : ଚୀନ, ଭିଏତନାମ ପରି ଦେଶରୁ ଅଗରବତୀ ଏବଂ ଅନ୍ୟାନ୍ୟ ଦହନଶୀଳ ସୁଗନ୍ଧିତ ସାମଗ୍ରୀ, ରୁମଫ୍ରେଶନର ଆଦିର ଆମଦାନୀ ବଢୁଥିବାରୁ ସରକାର ଏସବୁ ସାମଗ୍ରୀ ଆମଦାନୀ ଉପରେ କଟକଣା ଲଗାଇଛନ୍ତି । ଏ ସଂପର୍କରେ ଆଜି ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଏସବୁ ସାମଗ୍ରୀର ଆମଦାନୀ ଉପରେ କୌଣସି କଟକଣା ନଥିବାବେଳେ ଏବେ ସେଗୁଡ଼ିକୁ ଆମଦାନୀ ନିଷିଦ୍ଧ ସାମଗ୍ରୀ ମଧ୍ୟରେ ସାମିଲ କରାଯାଇଛି ।

ଭାରତକୁ ଧୂପକାଠି ବା ଅଗରବତୀ ଏବଂ ଅନ୍ୟାନ୍ୟ ଦହନଶୀଳ ସୁଗନ୍ଧିତ ସାମଗ୍ରୀ ଆମଦାନୀ ବିଗତ କିଛି ବର୍ଷ ମଧ୍ୟରେ ଅହେତୁକ ପରିମାଣରେ ବୃଦ୍ଧି ପାଇଛି । ଚଳିତ ଆର୍ଥିତ ବର୍ଷର ପ୍ରଥମ ତିନିମାସରେ ଏସବୁ ସାମଗ୍ରୀର ଆମଦାନୀ ପରିମାଣ ୧୭.୭୫ ନିୟୁତ ଡଲାରରେ ପହଞ୍ଚିଛି । ଗତ ବର୍ଷ ଏହା ପ୍ରାୟ ୮୩.୫୮ ନିୟୁତ ଡଲାର ଥିଲା । ବିଦେଶରୁ ଆସୁଥିବା ଏହି ଅଗରବତୀଗୁଡ଼ିକ ଭାରତୀୟ କୂଟୀର ଶିଳ୍ପକୁ ଧ୍ୱଂସ କରିଦେବାର ଆଶଙ୍କା ଥିବାରୁ ସରକାର ଏହି ପଦକ୍ଷେପ ନେଇଛନ୍ତି ।

ସମ୍ବନ୍ଧିତ ଖବର