୫ଜି ସ୍ପେକ୍ଟ୍ରମ : ଅଗଷ୍ଟ ୧୬ ସୁଦ୍ଧା ଅର୍ଥ ପ୍ରଦାନ ପାଇଁ ୪ ଟେଲିକମ କମ୍ପାନିଙ୍କୁ ନୋଟିସ

ନୂଆଦିଲ୍ଲୀ : ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହେବା ପରେ ଆସନ୍ତା ଅଗଷ୍ଟ ୧୦ ସୁଦ୍ଧା ସ୍ପେକ୍ଟ୍ରମ ଆବଣ୍ଟନ ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ତେବେ ଆସନ୍ତା ଅଗଷ୍ଟ ୧୬ ସୁଦ୍ଧା ଅର୍ଥ ପ୍ରଦାନ କରିବାକୁ ନିଲାମ ଜିତିଥିବା ୪ ଟେଲିକମ କମ୍ପାନିମାନଙ୍କୁ ଚିଠି ଲେଖିଛି ଟେଲିକମ ମନ୍ତ୍ରାଳୟ ।

ଗତ ଅଗଷ୍ଟ ୧ରେ ୫ଜି ସ୍ପେକ୍ଟ୍ରମ ନିଲାମ ଶେଷ ହୋଇଥିଲା । ଏହି ନିଲାମରୁ ସରକାର ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କା ପାଇବେ ।

୫-ଜି ନିଲାମରେ ଜିଓ, ଏୟାରଟେଲ ବ୍ୟତୀତ  ଭୋଡାଫୋନ ଆଇଡିଆ ମଧ୍ୟ ଅଂଶଗ୍ରହଣ କରିଥିଲା । ସେହିପରି ପ୍ରଥମ ଥର ପାଇଁ ଅଦାନୀ ଗ୍ରୁପ ବି ଏହି ନିଲାମରେ ଅଂଶଗ୍ରହଣ କରିଥିଲା । ଅଦାନୀ ଗ୍ରୁପ ଅଧିନସ୍ଥ ନବଗଠିତ ଅଦାନୀ ଡାଟା ନେଟଓ୍ବାର୍କ୍ସ ଏଥିରେ ଅଂଶଗ୍ରହଣ କରିଥିଲା ।  ରିଲାଏନ୍ସ ଜିଓ ପକ୍ଷରୁ ୮୮,୦୭୮ କୋଟି ଟଙ୍କାର ସ୍ପେକ୍ଟ୍ରମ ଖରିଦ କରାଯାଇଛି । ଭାରତୀ ଏୟାରଟେଲ ୪୩୦୮୪ କୋଟି ଟଙ୍କା ମୂଲ୍ୟରେ ମୋଟ ୧୯,୮୬୭ ମେଗାହଜର ସ୍ପେକ୍ଟ୍ରମ ଖରିଦ କରିଛି । ଭୋଡାଫୋନ ୧୮୭୯୯ ଓ ଅଦାନୀ ୨୧୨ କୋଟି ଟଙ୍କା ବିନିମୟରେ ୪୦୦ ମେଗାହଜର ସ୍ପେକ୍ଟ୍ରମ କିଣିଛି । ଏହି ଅପରେଟରମାନେ ଗୋଟିଏ ଥରରେ ସ୍ପେକ୍ଟ୍ରମ ଦେୟ ପ୍ରଦାନ କରିପାରିବେ ବା ୨୦ଟି ସମାନ କିସ୍ତିରେ ଦାଖଲ କରିପାରିବେ । ଆସନ୍ତା ୨୦ ବର୍ଷ ପାଇଁ ସ୍ପେକ୍ଟ୍ରମ ଆବଣ୍ଟନ କରାଯାଇଛି ।

 

 

 

ସମ୍ବନ୍ଧିତ ଖବର