ନୂଆଦିଲ୍ଲୀ: ଟେଲିକମ୍ କମ୍ପାନି ଗୁଡ଼ିକଠାରୁ ସରକାର ବହୁ ଅଧିକ ଟିକସ ଆଦାୟ କରୁଛନ୍ତି। ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନି ଭାରତୀ ଏୟାରଟେଲ ଅଧ୍ୟକ୍ଷ ସୁନିଲ ଭାରତୀ ମିତ୍ତଲ ଆଜି ଏଭଳି ମନ୍ତବ୍ୟ ଦେଇଛନ୍ତି। ଇଣ୍ଡିଆନ ମୋବାଇଲ କଂଗ୍ରେସରେ ଯୋଗଦେଇ ମିତ୍ତଲ କହିଛନ୍ତି, ସିଗାରେଟ୍ ଶିଳ୍ପ ଭଳି ଟେଲିକମ୍ ଶିଳ୍ପରୁ ସରକାର ଟିକସ ଆଦାୟ କରୁଛନ୍ତି। ଦେଶର ଡିଜିଟାଲ କ୍ରାନ୍ତିରେ ଟେଲିକମ ଶିଳ୍ପର ଗୁରୁତ୍ବପୂର୍ଣ୍ଣ ଯୋଗଦାନ ରହିଥିବାବେଳେ ସରକାର ଏହି ଶିଳ୍ପରୁ ୩୭% ଟିକସ (ସ୍ପେକ୍ଟ୍ରମ ଫି, ଲାଇସେନ୍ସ ଫି ଓ ୧୮% ଜିଏସଟି) ଆଦାୟ କରୁଛନ୍ତି। ଟେଲିକମ୍ ଶିଳ୍ପରେ ହୋଇଥିବା ମିଶ୍ରଣ ଯୋଗୁ ଭାରତୀୟ ଟେଲିକମ କମ୍ପାନିଙ୍କର ୫୯ ବିଲିୟନ ଡଲାର କ୍ଷତି ହୋଇଛି େବାଲି ସେ କହିଛନ୍ତି। ସମ୍ମିଳନୀରେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଯୋଗଦେଇ କହିଛନ୍ତି ଭାରତୀୟମାନେ ଯେତେବେଳେ ମାସିକ ୧୦୦ ଟଙ୍କାରେ କୃତ୍ରିମ ବୁଦ୍ଧିମତା ସେବା ପାଇବେ ସେତେବେଳେ ଭାରତରେ ବଡ଼ ଧରଣର ପରିବର୍ତ୍ତନ ଆସିବ। ୨୦୨୦ ସୁଦ୍ଧା ଭାରତରେ ପ୍ରତ୍ୟେକ ଫୋନ ୪ଜି ଫୋନ ହେବ ଏବଂ ପ୍ରତ୍ୟେକ ଗ୍ରାହକଙ୍କୁ ୪ଜି ସଂଯୋଗ ମିଳିବ। ଏଥିସହିତ ୫ ଜି ସେବା ପ୍ରଦାନରେ ଅନ୍ୟ ଦେଶ ଅପେକ୍ଷା ଭାରତ ଆଗୁଆ ରହିବ । ରିଲାଏନ୍ସ ଜିଓ ବ୍ରଡବ୍ୟାଣ୍ଡ ସେବା ଆରମ୍ଭ ହେଲେ ଭାରତ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଶ୍ରେଷ୍ଠ ୩ଟି ଦେଶ ମଧ୍ୟରେ ରହିବ ବୋଲି ସେ କହିଛନ୍ତି। ଦିଲ୍ଲୀର ଏରୋସିଟିରେ ଏହି ତିନି ଦିନିଆ ସମ୍ମିଳନୀ ଆଜି ଉଦଘାଟିତ ହୋଇଛି।
‘ସିଗାରେଟ ଭଳି ଟେଲିକମ୍ ଶିଳ୍ପରୁ ଟିକସ ଆଦାୟ କରୁଛନ୍ତି ସରକାର’
/sambad/media/post_attachments/wp-content/uploads/2018/03/telecom_759.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)