୨୦୦୦ ମସିହା ପୂର୍ବର ପୁରୁଣା ଗାଡ଼ି ଉପରେ ଅଧିକ ଟିକସ ବସାଇବେ ସରକାର !

ନୂଆଦିଲ୍ଲୀ : ଯଦି ଆପଣଙ୍କର ୨୦୦୦ ମସିହା ପୂର୍ବର ଏକ ଗାଡ଼ି ଅଛି ଆପଣଙ୍କୁ ଅଧିକ ଟିକସ ଦେବାକୁ ପଡିପାରେ । ଯଦି ଗାଡ଼ିିଟି ବ୍ୟବସାୟିକ ବାହାନ,ତେବେ ଆପଣଙ୍କୁ ଆହୁରି ଅଧିକ ଟିକସ ଦେବାକୁ ପଡିପାରେ । ଏସବୁ ଗାଡ଼ି ଗୁଡ଼ିକୁ ନିୟମିତଭାବେ ଫିଟନେସ ଟେଷ୍ଟ କରିବାକୁ ହେବ ଓ ପୁନଃ-ପଂଜୀକରଣ କଲେ ୧୫-୨୦ ପ୍ରତିଶତ ଅଧିକ ଦେୟ ଦେବାକୁ ପଡ଼ିବ ।

ପୁରୁଣା ଗାଡ଼ିଗୁଡ଼ିକ ଅଧିକ ପ୍ରଦୂଷଣ କରୁଥିବାରୁ ସେଗୁଡ଼ିକୁ ସଡ଼କରୁ ହ୍ରାସ କରିବା ଲାଗି ସରକାର ଏହି ଯୋଜନା କରୁଛନ୍ତି । ପୁରୁଣା ଗାଡ଼ି ବିଶେଷକରି ବ୍ୟବସାୟିକ ଯାନ ଗୁଡ଼ିକୁ ଲୋକମାନେ ଯେପରି ସ୍ୱେଚ୍ଛାକୃତଭାବେ ପ୍ରତ୍ୟାହାର କରିନେବେ ସେଥିପାଇଁ ସରକାର ଏହି ଯୋଜନା କରୁଛନ୍ତି ।
ଏହି ନୀତି ଏବେ ନିତି ଆୟୋଗର ବିଚାରାଧୀନ ରହିଛି ଓ ବିଭିନ୍ନ ବର୍ଗରୁ ପରାମର୍ଶ ଗ୍ରହଣ କରାଯାଉଛି । ଏହି ଯୋଜନା ଅନୁସାରେ ପୁରୁଣା ଗାଡ଼ିକୁ ପ୍ରତ୍ୟାହାର କରି ନୂଆ ଗାଡ଼ି କିଣୁଥିବା ଲୋକମାନଙ୍କୁ ସରକାର ପ୍ରେତ୍ସାହନ ଦେବେ । କିନ୍ତୁ ପୁରୁଣା ଗାଡ଼ି ରଖୁଥିବା ଲୋକମାନଙ୍କ ଉପରେ ଅଧିକ ଟିକସ ବସାଯିବ ।

ସମ୍ବନ୍ଧିତ ଖବର