ନୂଆଦିଲ୍ଲୀ : ନୂଆ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଭାରତୀୟ ଜୀବନ ବୀମା ନିଗର (ଏଲଆଇସି)ରେ ଥିବା ସରକାରୀ ପୁଞ୍ଜି ପ୍ରତ୍ୟାହାର ହେବ । ଏଲଆଇସିକୁ ଷ୍ଟକ ବଜାରରେ ତାଲିକାଭୁକ୍ତ କରିବାକୁ ଏକ ଆଇପିଓ ଅଣାଯିବ । କେବଳ ଏତିକି ନୁହେଁ, ଆଇଡିବିଆଇ ବ୍ୟାଙ୍କରେ ଥିବା ସରକାରଙ୍କ ଅବଶିଷ୍ଟ ଅଂଶଧନକୁ ବିକ୍ରି କରାଯିବ ।
/sambad/media/post_attachments/wp-content/uploads/2020/02/LIC.jpg)
ନୂଆ ଆର୍ଥିକ ବର୍ଷ ପାଇଁ ସରକାର ମୋଟ ୨.୧ ଲକ୍ଷ କୋଟି ଟଙ୍କାର ପୁଞ୍ଜି ପ୍ରତ୍ୟାହାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ଏଲଆଇସି ଅଂଶଧନ ବିକ୍ରି ମାଧ୍ୟମରେ ଏହି ଲକ୍ଷ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/LIC_Budget_2020_800X460.jpg)