ହିନ୍ଦୁସ୍ତାନ ଏରୋନୋଟିକ୍ସରୁ ୩.୫% ଅଂଶଧନ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ରାଷ୍ଟ୍ରାୟତ୍ତ ପ୍ରତିରକ୍ଷା କମ୍ପାନି ହିନ୍ଦୁସ୍ତାନ ଏରୋନୋଟିକ୍ସ ଲିମିଟେଡ୍ (ହାଲ୍)ରେ ନିଜର ଅଂଶଧନ ବିକ୍ରି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ସରକାର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରିବେ । ସରକାର ଓଏଫ୍ଏସ୍ ଜରିଆରେ ଅଂଶଧନ କୁ ସେୟାର ପିଛା ୨୪୫୦ ଟଙ୍କା ମୂଲ୍ୟରେ ବିକ୍ରି କରିବେ। ଏହା ମାଧ୍ୟମରେ ଏହା ପାଖାପାଖି ୨,୮୦୦ କୋଟି ଟଙ୍କା ସଂଗ୍ରହ କରିବ ବୋଲି ଆଶା ରଖିଛି ।

ହାଲରେ ନିଜର ଅଂଶଧନ ବିକ୍ରି କରିବା ପାଇଁ ସରକାର ଦୁଇ ଦିନିଆ ଓପନ୍ ସେଲ୍ ଅଫର (ଓଏଫ୍ଏସ୍) ଆଣିବେ ବୋଲି ହାଲ୍ ବୁଧବାର କହିଛି । ସଂସ୍ଥାଗତ ନିବେଶକମାନେ ଗୁରୁବାର ଏହାର ସେୟାର କିଣିପାରିବେ ଏବଂ ଶୁକ୍ରବାର ଖୁଚୁରା ନିବେଶକମାନେ ଏହାର ସେୟାର କିଣିପାରିବେ । ହାଲର ଓଏଫ୍ଏସ୍ ଅଧୀନରେ ମୌଳିକ ୧.୭୫ ପ୍ରତିଶତ ଅଂଶଧନ ବା ୫୮.୫୧ ଲକ୍ଷ ସେୟାର ପ୍ରଦାନ କରାଯିବ ଏବଂ ଅଧିକ ଯୋଗଦାନ ହେଲେ ସମାନ ସଂଖ୍ୟକ ଅଂଶଧନ ବିକ୍ରି କରିବାର ବିକଳ୍ପ ରହିବ। ଏହି ଉପାୟରେ ହାଲ୍ ର ମୋଟ ୩.୫ ପ୍ରତିଶତ ଅଂଶଧନ ପ୍ରଦାନ କରାଯାଇପାରିବ ।

 

ସମ୍ବନ୍ଧିତ ଖବର