ଏଥର ମଧ୍ୟବର୍ତ୍ତିକାଳୀନ ବଜେଟ, ଜାଣନ୍ତୁ ଏହା କ’ଣ

ନୂଆଦିଲ୍ଲୀ : ଏ ବର୍ଷ ମୋଦି ସରକାର ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ବୋଲି ହେଉଥିବା କଳ୍ପନାଜଳ୍ପନାର ଅବସାନ ହୋଇଛି । ଆସନ୍ତା ୧ ତାରିଖରେ ସରକାର ମଧ୍ୟବର୍ତ୍ତିକାଳୀନ ବଜେଟ ବା ଲେଖାନୁଦାନ ଆଗତ କରିବେ ବୋଲି ଅର୍ଥମନ୍ତ୍ରାଳୟ ସ୍ପଷ୍ଟ କରିଦେଇଛି । ଅସୁସ୍ଥ ଅରୁଣ ଜେଟଲୀଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ପିୟୁଷ ଗୋଏଲ ଏହାକୁ ଉପସ୍ଥାପନ କରିବେ ବୋଲି ଜଣାଯାଇଛି । ପୂର୍ବରୁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନେ ଅଭିଯୋଗ କରୁଥିଲେ ଯେ ସରକାର ଲେଖାନୁଦାନ ବଦଳରେ ପୁର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ । ଏପରି ହେଲେ ଆନ୍ଦୋଳନ ଧମକ ଦେଇଥିଲା କଂଗ୍ରେସ ।

ଲେଖାନୁଦାନ କେବଳ ୪ ମାସ ପାଇଁ ସରକାରଙ୍କ ପ୍ରଚଳିତ ଯୋଜନା, କର୍ମଚାରୀଙ୍କ ଦରମା ଆଦିର ବ୍ୟୟ ପାଇଁ ଆଗତ କରାଯାଇଥାଏ । ଏଥିରେ ସରକାର ଟିକସ ବ୍ୟବସ୍ଥାରେ ପରିବର୍ତ୍ତନ କରିପାରିବେ ନାହିଁ । ସୂଚନାଯୋଗ୍ୟ ଯେ ସଂସଦର ବଜେଟ୍ ଅଧିବେଶନ ଆସନ୍ତା ଜାନୁଆରି ୩୧ ତାରିଖରୁ ଫେବ୍ରୁଆରି ୧୩ ତାରିଖ ଯାଏ ବସିବ।

ସମ୍ବନ୍ଧିତ ଖବର